‘ପରୀ ପରିବାରକୁ ଦେବୁ ୧୦ ଲକ୍ଷ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର କୁନି ଝିଅ ପରୀ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯିବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ତେବେ ପରୀ ହତ୍ୟା ପଛରେ ବଳି ପ୍ରଥା ଥାଇପାରେ ବୋଲି ସେ ନିଜ ପୂର୍ବ ଶଙ୍କାକୁ ଦୋହରାଇଛନ୍ତି। ନୟାଗଡ଼ରେ ବଳି, ଗୁଣି, ଗାରେଡ଼ି ପ୍ରଥା ଚାଲୁଥିବାରୁ […]

pari

pari

Niharika Rout
  • Published: Monday, 07 December 2020
  • Updated: 07 December 2020, 02:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର କୁନି ଝିଅ ପରୀ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯିବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ତେବେ ପରୀ ହତ୍ୟା ପଛରେ ବଳି ପ୍ରଥା ଥାଇପାରେ ବୋଲି ସେ ନିଜ ପୂର୍ବ ଶଙ୍କାକୁ ଦୋହରାଇଛନ୍ତି। ନୟାଗଡ଼ରେ ବଳି, ଗୁଣି, ଗାରେଡ଼ି ପ୍ରଥା ଚାଲୁଥିବାରୁ ଏହା ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ରାଜ୍ୟରେ ୫୫୦୩ ଜଣ ଶିଶୁ ନିଖୋଜ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଅଭିଯୋଗ ଉପରେ ସେ କହିଛନ୍ତି ଯେ, ଶିଶୁଙ୍କ ନିଖୋଜ ନେଇ ୩ ମାସିଆ ତ୍ୱରିତ ସର୍ଭେ କରାଯିବ । ସବୁ ସ୍ଥାନରୁ ତଥ୍ୟ ସଂଗ୍ରହ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ  ନିର୍ଦ୍ଦେଶ ଦିଆଯିବ।

ଏହାଛଡ଼ା ଜିଲ୍ଲା, ବ୍ଲକ ପଞ୍ଚାୟତ ସ୍ତରରେ ପ୍ରତିନିଧିଙ୍କୁ ସକ୍ରିୟ କରାଯିବ । କେରଳରେ ନିଖୋଜ ଶିଶୁ ଉଦ୍ଧାର ହାର ୯୪ ପ୍ରତିଶତ ରହିଛି । ସେହି ତୁଳନାରେ ଓଡିଶା ବହୁତ ତଳେ ରହିଛି । କିଭଳି ଏଥିରେ ଉନ୍ନତି ହେବ ସେ ନେଇ ରୋଡ ମ୍ୟାପ ପ୍ରସ୍ତୁତି ହୋଇଛି ବୋଲି ସନ୍ଧ୍ୟାବତୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos