କଟକଣା ସହ ଖୋଲିଲା ପାର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଧାନୀର କିଛି ପାର୍କ । ପରୀକ୍ଷାମୂଳକ ଭାବେ ରାଜଧାନୀର କିଛି ପ୍ରମୁଖ ପାର୍କ ଖୋଲିଛି ବିଏମ୍‌ସି । ରାଜଧାନୀର ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ସକାଳ ୭ରୁ ଦିନ ୧୦ ଯାଏ ଖୋଲା ରହିବ । ସେହିଭଳି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ପାର୍କ ଖୋଲା ରହିବ । ପାର୍କ ଖୋଲା ଯାଇଥିଲେ ମଧ୍ୟ କିଛି କଟକଣା ଜାରି କରାଯାଇଛି । ପାର୍କକୁ ଯାଉଥିବା ରାଜଧାନବାସୀ […]

park-22

Niharika Rout
  • Published: Sunday, 24 May 2020
  • , Updated: 24 May 2020, 11:23 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଧାନୀର କିଛି ପାର୍କ । ପରୀକ୍ଷାମୂଳକ ଭାବେ ରାଜଧାନୀର କିଛି ପ୍ରମୁଖ ପାର୍କ ଖୋଲିଛି ବିଏମ୍‌ସି । ରାଜଧାନୀର ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ସକାଳ ୭ରୁ ଦିନ ୧୦ ଯାଏ ଖୋଲା ରହିବ । ସେହିଭଳି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ପାର୍କ ଖୋଲା ରହିବ ।

ପାର୍କ ଖୋଲା ଯାଇଥିଲେ ମଧ୍ୟ କିଛି କଟକଣା ଜାରି କରାଯାଇଛି । ପାର୍କକୁ ଯାଉଥିବା ରାଜଧାନବାସୀ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପାର୍କରେ ଛେପ ପକାଇବା, ବ୍ୟାୟାମ ଉପକରଣ ବ୍ୟବହାର କରିବା ଉପରେ ସଂପୂର୍ଣ୍ଣ ବାରଣ କରାଯାଇଥିବା ବିଡିଏ କର୍ତ୍ତୃପକ୍ଷ ଜଣାଇଛନ୍ତି।

Related story