ପାରଳାଖେମୁଣ୍ଡି: ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପାରଳାଖେମୁଣ୍ଡି: ଭାରତୀୟ କ୍ଷେତ ମଜଦୁର ୟୁନିୟନର ଗଜପତି ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଗତକାଲି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ରାଓଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସରକାରୀ ଜମି ଜବର ଦଖଲକାରୀଙ୍କ ଠାରୁ ମୁକ୍ତ କରି ଗରିବ ଲୋକଙ୍କୁ ପ୍ରଦାନ କରିବା, ଗୃହହୀନ ମାନଙ୍କୁ ଜମିପଟା ପ୍ରଦାନ କରିବା ଆଦି ଦାବି କରିଥିଲେ। ୧୫ ଦିନ ମଧ୍ୟରେ ଏହିସବୁ […]

gajapti

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 04:44 AM IST

ପାରଳାଖେମୁଣ୍ଡି: ଭାରତୀୟ କ୍ଷେତ ମଜଦୁର ୟୁନିୟନର ଗଜପତି ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଗତକାଲି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ରାଓଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସରକାରୀ ଜମି ଜବର ଦଖଲକାରୀଙ୍କ ଠାରୁ ମୁକ୍ତ କରି ଗରିବ ଲୋକଙ୍କୁ ପ୍ରଦାନ କରିବା, ଗୃହହୀନ ମାନଙ୍କୁ ଜମିପଟା ପ୍ରଦାନ କରିବା ଆଦି ଦାବି କରିଥିଲେ। ୧୫ ଦିନ ମଧ୍ୟରେ ଏହିସବୁ ଦାବି ପୂରଣ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଚେତାବନୀ ଦିଆଯାଇଛି।

Related story