ପର୍ଶୁରାମ ଶତପଥୀ ହତ୍ୟା ଘଟଣା: ଅଭିଯୁକ୍ତ ପୂର୍ବତନ ବିଧାୟକଙ୍କ ଆତ୍ମସମର୍ପଣ

ବଲାଙ୍ଗିର: ବହୁ ଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ପ୍ରସନ୍ନ ପାଲ ଶୁକ୍ରବାର ଜିଲା ଦୌରାଜଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗତ ବୁଧବାର ଏହି ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ଆର୍ତ୍ତତ୍ରାଣ ସଂହଦେଓ ଜିଲା ଦୌରାଜଜରେ ଆତ୍ମସମର୍ପଣ କରିଥିଲେ । ପୂର୍ବରୁ ଅଭିଯୁକ୍ତ ଧୋବେଇ ପୋଢଙ୍କୁ ପୋଲିସ ଗିରଫ କରିଥିଲା । ୪୧ ବର୍ଷ ପରେ ଏହି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଥିଲା । କୋର୍ଟ ଏହି ହତ୍ୟାକାଣ୍ଡରେ […]

prasanna

Rakesh Mallick
  • Published: Friday, 12 June 2015
  • , Updated: 12 June 2015, 09:14 AM IST

ବଲାଙ୍ଗିର: ବହୁ ଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ପ୍ରସନ୍ନ ପାଲ ଶୁକ୍ରବାର ଜିଲା ଦୌରାଜଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗତ ବୁଧବାର ଏହି ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ଆର୍ତ୍ତତ୍ରାଣ ସଂହଦେଓ ଜିଲା ଦୌରାଜଜରେ ଆତ୍ମସମର୍ପଣ କରିଥିଲେ । ପୂର୍ବରୁ ଅଭିଯୁକ୍ତ ଧୋବେଇ ପୋଢଙ୍କୁ ପୋଲିସ ଗିରଫ କରିଥିଲା । ୪୧ ବର୍ଷ ପରେ ଏହି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଥିଲା । କୋର୍ଟ ଏହି ହତ୍ୟାକାଣ୍ଡରେ ମୋଟ ୯ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ କୋର୍ଟଙ୍କ ରାୟ ପ୍ରକାଶ ପାଇବା ବେଳକୁ ଅଭିଯୁକ୍ତମାନଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ଘଟିଥିଲା ।

Related story