ଉପ ନିର୍ବାଚନ ପୂର୍ବରୁ ପାଣିପାଗ ଉଷୁମ, ଜାଣନ୍ତୁ ଦଳ ଛାଡ଼ି କିଏ କେଉଁଠି ମିଶିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୁଣ୍ଡ ଉପରେ ତିର୍ତ୍ତୋଲ ଉପନିର୍ବାଚନ। ଆଉ ଏହା ପୂର୍ବରୁ ଆରମ୍ଭ ହୋଇଗଲାଣି ଦଳ ବଦଳ ରାଜନୀତି।  ତିର୍ତ୍ତୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଅନେକ ବିଜେଡି ଓ କଂଗ୍ରେସ ନେତା-କର୍ମୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବେହେରା,  ପୂର୍ବତନ ସମିତି ସଭ୍ୟ ଯୁଗଳ ମହାନ୍ତି, ପୂର୍ବତନ ସରପଞ୍ଚ ସୁନୀଲ ମହାରଣା ଏବଂ ସୁବାସ ବାରିକ  ବିଜେଡି ଓ କଂଗ୍ରେସର ଛାମୁଆ ନେତା । ଏମାନଙ୍କ […]

bnm

bnm

Tapas Behera
  • Published: Monday, 05 October 2020
  • Updated: 05 October 2020, 07:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୁଣ୍ଡ ଉପରେ ତିର୍ତ୍ତୋଲ ଉପନିର୍ବାଚନ। ଆଉ ଏହା ପୂର୍ବରୁ ଆରମ୍ଭ ହୋଇଗଲାଣି ଦଳ ବଦଳ ରାଜନୀତି।  ତିର୍ତ୍ତୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଅନେକ ବିଜେଡି ଓ କଂଗ୍ରେସ ନେତା-କର୍ମୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବେହେରା,  ପୂର୍ବତନ ସମିତି ସଭ୍ୟ ଯୁଗଳ ମହାନ୍ତି, ପୂର୍ବତନ ସରପଞ୍ଚ ସୁନୀଲ ମହାରଣା ଏବଂ ସୁବାସ ବାରିକ  ବିଜେଡି ଓ କଂଗ୍ରେସର ଛାମୁଆ ନେତା । ଏମାନଙ୍କ ଯୋଗଦାନ ନିର୍ବାଚନରେ ସହାୟକ ହେବ ବୋଲି କହିଛି ବିଜେପି  । ଏହି ମିଶ୍ରଣ ପର୍ବରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱରାଜ ହରିଚନ୍ଦନ, ଉପସଭାପତି ଭୃଗୁ ବକ୍ସିପାତ୍ର ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ତିର୍ତ୍ତୋଲ ଉପନିର୍ବାଚନର କିଛିଦିନ ପୂର୍ବରୁ ପଂଚାୟତସ୍ତରୀୟ ୧୦ରୁ ଊର୍ଦ୍ଧ୍ୱ କଂଗ୍ରେସ ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଏସକେ ଅବଦୁଲ ଫୟଜ, ତୁଳଙ୍ଗ ପଂଚାୟତର କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ମଲ୍ଲିକ, କନକପୁର ସରପଂଚ ନମିତା ରାଉଳ, ତୁଳଙ୍ଗ ପଂଚାୟତର ପୂର୍ବତନ ସରପଂଚ ରଶ୍ମିରଞ୍ଜନ ଦାସ, ପିସିସି ଦଳିତ ସେଲର ଆବାହକ ଦେବେନ୍ଦ୍ର କୁମାର ମଲ୍ଲିକ, କଂଗ୍ରେସ ନେତ୍ରୀ ନିବେଦିତା ମହାନ୍ତି, ତୁଳଙ୍ଗ ଜୋନ୍ ସଭାପତି ଧୀରେନ୍ଦ୍ର କୁମାର ପାତ୍ର, ଇବ୍ରିସିଂ ପଂଚାୟତର କଂଗ୍ରେସ ସଭାପତି ସନ୍ତୋଷ ଦାସ ଓ କଂଗ୍ରେସ ନେତା ଶେଖ୍ ମହତାବ ଅଲ୍ଲିଙ୍କ ସହ ବହୁ କଂଗ୍ରେସକର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି।
ଏହି ଅବସରରେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି, ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶୀଷ ସାମନ୍ତରାୟ, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ୍ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos