ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ୧୨ଟି ସହରରେ ତପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଟିଟିଲାଗଡର ତାପମାତ୍ରା ୪୭ ଡିଗ୍ରୀ ରହିଥିଲା। ଗତକାଲି ଏଠାରେ ତାପମାତ୍ରା ୪୭.୬ ଡିଗ୍ରୀ ରହିଥିବା ବେଳେ ଆଜି ୦.୬ଡିଗ୍ରୀ କମ୍ ରହିଥିଲା। ଏହା ତଳକୁ ଅଧିକ ଉତ୍ତପ୍ତ ଥିଲା ଭବାନୀପାଟଣା ସହର। ଏଠାରେ ଆଜି ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
ସେହିପରି ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୪୪.୮, ସମ୍ୱଲପୁରରେ ୪୪.୬, ହୀରାକୁଦରେ ୪୩.୫, ଝାରସୁଗୁଡାରେ ୪୩.୦, ଅନୁଗୋଳରେ ୪୧.୧ ଓ ମାଲକାନଗିରିରେ ୪୨.୬ ଡିଗ୍ରୀ ରହିଥିଲା।
ପୁରୀରେ ତାପମାତ୍ରା ୩୩.୮ ରହିଥିବା ବେଳେ ଦାରିଙ୍ଗବାଡିରେ ୩୫, ଗୋପାଳପୁରେ ୩୪, ଚାନ୍ଦବାଲିରେ ୩୮.୨, ବାଲେଶ୍ୱରେ ୩୫.୨, ପାରାଦ୍ୱୀପରେ ୩୫, କେନ୍ଦୁଝରରେ ୩୯.୪ ଓ ଢେଙ୍କାନାଳରେ ୩୬.୬ ଡିଗ୍ରୀ ତାପମାତ୍ରା ରହିଥିଲା।