ପଶ୍ଚିମ ଓଡ଼ିଶାର ୭ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ

ଭୁବନେଶ୍ୱର: ଗତଦୁଇଦିନ ହେବ ଉପପୂଳ ଓଡ଼ିଶାରେ ଟିକେ ତାତି କମିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାର ୭ଟି ସହରରେ ଆଜି ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ଆଜି ରାଜ୍ୟର ଉତପ୍ତ ସହର ରହିଛି ଭବାନୀପାଟଣା, ତାପପାତ୍ରା ରହିଛି ୪୫.୫ ଡିଗ୍ରୀ, ସୋନପୁରରେ ତାପମାତ୍ରା ୪୫.୪ ଡିଗ୍ରୀ, ଟିଟିଲାଗଡ଼ ଓ ବଲାଙ୍ଗିରରେ ୪୫ ଡିଗ୍ରୀ, ସମ୍ୱଲପୁରରେ ୪୪.୮ ଡିଗ୍ରୀ ଓ ହୀରାକୁଦରେ ତାପମାତ୍ରା ରହିଛି ୪୪.୬ ଡିଗ୍ରୀ। ଆଜିର […]

THERMOMETRE_temperature_increase

Rakesh Mallick
  • Published: Friday, 29 May 2015
  • , Updated: 29 May 2015, 02:46 PM IST

ଭୁବନେଶ୍ୱର: ଗତଦୁଇଦିନ ହେବ ଉପପୂଳ ଓଡ଼ିଶାରେ ଟିକେ ତାତି କମିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାର ୭ଟି ସହରରେ ଆଜି ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ଆଜି ରାଜ୍ୟର ଉତପ୍ତ ସହର ରହିଛି ଭବାନୀପାଟଣା, ତାପପାତ୍ରା ରହିଛି ୪୫.୫ ଡିଗ୍ରୀ, ସୋନପୁରରେ ତାପମାତ୍ରା ୪୫.୪ ଡିଗ୍ରୀ, ଟିଟିଲାଗଡ଼ ଓ ବଲାଙ୍ଗିରରେ ୪୫ ଡିଗ୍ରୀ, ସମ୍ୱଲପୁରରେ ୪୪.୮ ଡିଗ୍ରୀ ଓ ହୀରାକୁଦରେ ତାପମାତ୍ରା ରହିଛି ୪୪.୬ ଡିଗ୍ରୀ। ଆଜିର ଉତପ୍ତ ସହର ଭାବ ଭବାନୀପାଟଣାରେ ୪୫.୫ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ବାଲେଶ୍ୱରରେ ୩୭.୨ ଡିଗ୍ରୀ,ଚାନ୍ଦବାଲି ୩୯.୪ ଡିଗ୍ରୀ, କଟକ ୩୭ ଡିଗ୍ରୀ,ପାରାଦିପ ୩୩.୩ ଡିଗ୍ରୀ, ଭୁବନେଶ୍ୱର ୩୯.୭ ଡିଗ୍ରୀ, ଗୋପାଳପୁର ୩୨.୮ ଡିଗ୍ରୀ, ପୁରୀ ୩୪.୬ ଡିଗ୍ରୀ, ଅନୁଗୁଳ ୪୨.୭ ଡିଗ୍ରୀ, ବାରିପଦା ୩୭.୫ ଡିଗ୍ରୀ,ଝାରସୁଗୁଡା୪୩.୫ ଡିଗ୍ରୀ, କେଉଁଝର ୩୯ ଡିଗ୍ରୀ, ତାଳଚେର ୪୧.୩ ଡିଗ୍ରୀ,କୋରାପୁଟ ୩୮ ଡିଗ୍ରୀ, ଫୁଲବାଣୀ ୪୧.୭ ଡିଗ୍ରୀ, ଟିଟିଲାଗଡ ୪୫ ଡିଗ୍ରୀ, ଦାରିଙ୍ଗବାଡି ୩୬.୫ ଓ ଢେଙ୍କାନାଳରେ ରହିଛି ୩୮.୭ ଡିଗ୍ରୀ ରହିଛି।

Related story