ବଦଳିବ ପରୀକ୍ଷା ପଦ୍ଧତି, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁ ହେବ ପାସ୍‌ଫେଲ୍‌ ନିୟମ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁ ହୋଇପାରେ ପାସ୍‌ ଫେଲ୍‌ ବ୍ୟବସ୍ଥା। ଉଭୟ ଶ୍ରେଣୀରେ ପିଲାଙ୍କ ପାଇଁ ପରୀକ୍ଷା ଓ ପାସ୍‌ଫେଲ୍‌ ବ୍ୟବସ୍ଥା କରାଇବାକୁ ଯୋଜନା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ବହୁ ପୂର୍ବରୁ ପ୍ରଚଳିତ ଥିବା ଏହି ବ୍ୟବସ୍ଥାକୁ ପୁଣି ଥରେ କାର୍ଯ୍ୟକାରୀ କରିବା ଲାଗି ଗଭୀର ଭାବେ ଅନୁଶୀଳନ କରାଯାଉଛି। ପଞ୍ଚମରେ ଫେଲ୍‌ ପିଲାଙ୍କୁ […]

SCHOOL

Manoranjan Sial
  • Published: Friday, 28 June 2019
  • , Updated: 28 June 2019, 09:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁ ହୋଇପାରେ ପାସ୍‌ ଫେଲ୍‌ ବ୍ୟବସ୍ଥା। ଉଭୟ ଶ୍ରେଣୀରେ ପିଲାଙ୍କ ପାଇଁ ପରୀକ୍ଷା ଓ ପାସ୍‌ଫେଲ୍‌ ବ୍ୟବସ୍ଥା କରାଇବାକୁ ଯୋଜନା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ।

ସେ କହିଛନ୍ତି, ବହୁ ପୂର୍ବରୁ ପ୍ରଚଳିତ ଥିବା ଏହି ବ୍ୟବସ୍ଥାକୁ ପୁଣି ଥରେ କାର୍ଯ୍ୟକାରୀ କରିବା ଲାଗି ଗଭୀର ଭାବେ ଅନୁଶୀଳନ କରାଯାଉଛି। ପଞ୍ଚମରେ ଫେଲ୍‌ ପିଲାଙ୍କୁ ପୁଣି ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯିବ। ଅଷ୍ଟମରେ ଉତ୍ତୀର୍ଣ୍ଣ ନହେଲେ ଆଉ ଥରେ ସେହି ଶ୍ରେଣୀରେ ପଢ଼ିବାର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଚିନ୍ତା କରାଯାଉଛି।”

Related story