ପୁଣି ବାଜି ମାରି ନେଲା ବାଲେଶ୍ୱର, ପଛରେ ରହିଗଲା ନବରଙ୍ଗପୁର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ଭଳି କଳାରେ ମଧ୍ୟ ବାଲେଶ୍ୱର ଜିଲ୍ଲା ବାଜି ମାରିଛି। ଅର୍ଥାତ୍ ରାଜ୍ୟରେ ବାଲେଶ୍ୱରର ପାସ୍ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ଏଥର ପାସ୍ ହାର ୭୫.୬୭% ରହିଛି। ଗତବର୍ଷ ପୁରୀରେ କଳା ପାସ୍ ହାର ସର୍ବାଧିକ ରହିଥିଲା। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ କଳାରେ ପାସ୍ ହାର ସର୍ବନିମ୍ନ ୪୭.୪୬% ରହିଛି। ଗତଥର ବି ନବରଙ୍ଗପୁରରେ […]

exam1

exam1

Jitendra Garnayak
  • Published: Friday, 21 June 2019
  • Updated: 21 June 2019, 05:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ଭଳି କଳାରେ ମଧ୍ୟ ବାଲେଶ୍ୱର ଜିଲ୍ଲା ବାଜି ମାରିଛି। ଅର୍ଥାତ୍ ରାଜ୍ୟରେ ବାଲେଶ୍ୱରର ପାସ୍ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ଏଥର ପାସ୍ ହାର ୭୫.୬୭% ରହିଛି। ଗତବର୍ଷ ପୁରୀରେ କଳା ପାସ୍ ହାର ସର୍ବାଧିକ ରହିଥିଲା।

ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ କଳାରେ ପାସ୍ ହାର ସର୍ବନିମ୍ନ ୪୭.୪୬% ରହିଛି। ଗତଥର ବି ନବରଙ୍ଗପୁରରେ କଳା ପାସ୍ ହାର ସର୍ବନିମ୍ନ ଥିଲା। ଗତବର୍ଷ ଜିଲ୍ଲାରେ ଏହି ପାଠ୍ୟକ୍ରମରେ ୪୭.୫୮% ପିଲା ପାସ୍ କରିଥିଲେ। ଏଥର ଜିଲ୍ଲାରେ ପାସ୍ ହାର ଗତବର୍ଷଠାରୁ ବି କମି ଯାଇଛି।

ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ବାଲେଶ୍ୱର ବାଜି ମାରିଛି। ଏଠାରେ ସର୍ବାଧିକ ୪୭.୪୩% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରେ ଏହି ପାଠ୍ୟକ୍ରମରେ ସର୍ବନିମ୍ନ ୮.୩୩% ପିଲା ପାସ୍ କରିଛନ୍ତି।

ଚଳିତ ବର୍ଷ ବାଣିଜ୍ୟରେ ଖୋର୍ଦ୍ଧାରେ ପାସ୍ ହାର ସର୍ବାଧିକ ୮୬.୮୯% ରହିଥିବା ବେଳେ ଦେବଗଡ଼ରେ ସର୍ବନିମ୍ନ ୨୪.୪୩% ରହିଛି। ଗତବର୍ଷ ଏହି ପାଠ୍ୟକ୍ରମରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍ ହାର ରହିଥିଲା। କିନ୍ତୁ ସର୍ବନିମ୍ନ ସ୍ଥାନରେ ଦେବଗଡ଼ ଜିଲ୍ଲା ଥିଲା।

ସୂଚନାଯୋଗ୍ୟ, ଏଥର କଳାରେ ମୋଟ ୨ ଲକ୍ଷ ୩୫ ହଜାର ୧୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୮,୭୭୩ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୨,୯୪୪ ଜଣ ଦ୍ୱିତୀୟ ଓ ୧ ଲକ୍ଷ ୧୦ ହଜାର ୪୫୨ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ବାଣିଜ୍ୟରେ ୨୬,୭୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮,୮୨୬ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫,୬୨୯ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୩,୭୪୬ ଜଣ ଦ୍ୱିତୀୟ ଓ ୯,୪୨୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଧନ୍ଦାମୂଳକ ଶିକ୍ଷାରେ ୭,୮୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪,୧୨୬ ଜଣ ପାସ୍ କରିଛନ୍ତି। ପାସ୍ ହାର ୫୨.୬୨% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story