Advertisment

ଡରିଲେ, ଟ୍ରେନ୍‌ ଟିକଟ କ୍ୟାନସଲ୍‌ କଲେ ଲକ୍ଷେ ଯାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରୀ ପରିବହନ ସେବା ଉପରେ ସାଂଘାତିକ ପ୍ରଭାବ ପକାଇଛି ‘କରୋନା’। ରେଳ ଷ୍ଟେସନ ହେଉ କି ବସ୍‌ଷ୍ଟାଣ୍ଡ ସବୁଠି ଖାଁ ଖାଁ ପରିବେଶ। ହଜାର ହଜାର ରେଳଯାତ୍ରୀ ଟିକଟ କ୍ୟାନସଲ୍‌ କରିବାରେ ଲାଗିଛି। ସେପଟେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବସ୍‌ଷ୍ଟାଣ୍ଡଗୁଡ଼ିକରେ ଯାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର୍ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ପ୍ରଥମ ‘କରୋନା’ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘କରୋନା’କୁ ରୋକିବା ପାଇଁ ଜାରି […]

ଡରିଲେ, ଟ୍ରେନ୍‌ ଟିକଟ କ୍ୟାନସଲ୍‌ କଲେ ଲକ୍ଷେ ଯାତ୍ରୀ

bhubaneswar

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରୀ ପରିବହନ ସେବା ଉପରେ ସାଂଘାତିକ ପ୍ରଭାବ ପକାଇଛି ‘କରୋନା’। ରେଳ ଷ୍ଟେସନ ହେଉ କି ବସ୍‌ଷ୍ଟାଣ୍ଡ ସବୁଠି ଖାଁ ଖାଁ ପରିବେଶ। ହଜାର ହଜାର ରେଳଯାତ୍ରୀ ଟିକଟ କ୍ୟାନସଲ୍‌ କରିବାରେ ଲାଗିଛି। ସେପଟେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବସ୍‌ଷ୍ଟାଣ୍ଡଗୁଡ଼ିକରେ ଯାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର୍ ଯୋଗାଇବାକୁ ନିଷ୍ପତ୍ତି ହୋଇଛି।

Advertisment

ଓଡ଼ିଶାରେ ପ୍ରଥମ ‘କରୋନା’ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘କରୋନା’କୁ ରୋକିବା ପାଇଁ ଜାରି କରିଛନ୍ତି ଗାଇଡ୍‌ଲାଇନ୍‌। ଯାହାର ପ୍ରଭାବ ଟ୍ରେନ୍‌ ସେବା ଉପରେ ପଡ଼ିଛି। ଯାତ୍ରୀ କହିଲେ ଷ୍ଟେସନ୍‌ରେ କାଁ ଭାଁ ଦେଖିବାକୁ ମିଳୁଛନ୍ତି। ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ପୂରା ଖାଁ ଖାଁ ଦେଖିବାକୁ ମିଳୁଛି। ରାଜ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍‌ ଭୁବନେଶ୍ୱର ଓ କଟକରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଦୁଇ ଦିନ ତଳେ ଯେଉଁଠି ଯାତ୍ରୀଙ୍କ ଗହଳ ଚହଳରେ ଫାଟି ପଡ଼ୁଥିଲା, ସେଠି ଆଜି ସତେ ଯେମିତି ଜାରି ହୋଇଛି ଅଘୋଷିତ କର୍ଫ୍ୟୁ। କାଉଣ୍ଟରରେ ଟିକଟ୍ ନେବା ପାଇଁ ପରିବର୍ତ୍ତେ କ୍ୟାନ୍‌ସଲ ପାଇଁ ଲାଗିଛି ଲମ୍ୱା ଲାଇନ୍‌। ଭୟ ହେଉ କିମ୍ବା ସତର୍କତାରୁ, କଟକ ରେଳ ଷ୍ଟେସନ୍‌ ଏକପ୍ରକାର ଶୂନଶାନ୍। କଟକରେ ଗତ ୪ ଦିନରେ ୩,୨୪୮ଟି ସଂରକ୍ଷିତ ଟିକଟ ବାତିଲ ହୋଇଛି।

ଗତ ୬ ଦିନରେ ପୂର୍ବତଟ ରେଳପଥରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟିକେଟ କ୍ୟାନସଲ କଲେଣି ଯାତ୍ରୀ। ୧୪ ତାରିଖରେ ୧,୭୦୮ଟି ଟିକେଟ ଓ ୧୫ ତାରିଖରେ ୧,୪୩୦ ଟିକେଟ୍ ବାତିଲ ହୋଇଛି। କେବଳ ପୂର୍ବତଟ ନୁହେଁ, ଦେଶବ୍ୟାପି ୮୦ ପ୍ରତିଶତ ଟ୍ରେନ ଟିକେଟ ବାତିଲ ହୋଇଥିବା ରେଳ ବିଭାଗ ସୂଚନା ଦେଇଛି। ଯାତ୍ରୀ ସଂଖ୍ୟା କମୁଥିବାରୁ ପୂର୍ବତଟ ରେଳପଥର ୫ଟି ସ୍ୱତନ୍ତ୍ର ଟ୍ରେନ ବାତିଲ କରିଦିଆଯାଇଛି। ସେପଟେ ମୁମ୍ବାଇରେ ୫୦ ଟଙ୍କାକୁ ବୃଦ୍ଧି ପାଇଛି ପ୍ଲାଟଫର୍ମ ଟିକେଟ।

Advertisment

‘କରୋନା’ ପାଇଁ ବିମାନ ସେବା ସେତେଟା ପ୍ରଭାବିତ ହୋଇନଥିଲେ ମଧ୍ୟ ମାଲେସିଆକୁ ଚାଲୁଥିବା ଫ୍ଲାଇଟକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଆଗକୁ ଅବସ୍ଥା ଦେଖି ବିଚାର କରାଯିବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି.ରାଓ।

କଟକ-ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ‘କରୋନା’କୁ ଦୃଷ୍ଟିରେ ରଖି ସରକାରୀ ଓ ଘରୋଇ ବସ ସେବା କ୍ଷେତ୍ରରେ କଟକଣା ଜାରି କରାଯାଇଛି। ସବୁ ବସ କର୍ମଚାରୀଙ୍କ ପାଇଁ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଘରୋଇ ବସ୍ ମାଲିକ ସଂଘ, ପରିବହନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ମାସ୍କ ପ୍ରଦାନ କରିବେ। ସେହିପରି ଓଭରଲୋଡ଼ିଂକୁ ରୋକ ଲଗାଇବା ସହ ବସ୍ ଓ ଷ୍ଟାଣ୍ଡ ଗୁଡ଼ିକରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe