ଆନ୍ଧ୍ରକୁ ବିଧାୟକଙ୍କ ନାଲି ଆଖି, କହିଲେ- କୋଟିଆରେ ପଶିଲେ ମାଡ଼ ହେବ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ‘କୋଟିଆରେ ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀ ବା କୌଣସି ରାଜନେତା ପ୍ରବେଶ କଲେ ସେମାନଙ୍କ ଉପରେ ମାଡ଼ ହେବ।’ ପଟାଙ୍ଗୀ ବିଧାୟକ ପିତମ ପାଢ଼ୀ ଆଜି ଏହି ଚେତାବନୀ ଦେଇଛନ୍ତି। ଗୁରୁବାର ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ଭିସେଟ୍ଟୀ ବାବୁଜି କୋଟିଆ ପଞ୍ଚାୟତର ବିଭିନ୍ନ ଗାଁ ବୁଲିଥିବା ବେଳେ ଆଜି ବିଧାୟକ ଶ୍ରୀ ପାଢ଼ୀ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ତାଙ୍କୁ (ଭିସେଟ୍ଟୀ ବାବୁଜି)ଙ୍କୁ ଲାଜ ଲାଗିବା କଥା ଯେ […]

MLA PITAM PADHI

MLA PITAM PADHI

Jitendra Garnayak
  • Published: Friday, 06 August 2021
  • Updated: 06 August 2021, 02:51 PM IST

Sports

Latest News

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ‘କୋଟିଆରେ ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀ ବା କୌଣସି ରାଜନେତା ପ୍ରବେଶ କଲେ ସେମାନଙ୍କ ଉପରେ ମାଡ଼ ହେବ।’ ପଟାଙ୍ଗୀ ବିଧାୟକ ପିତମ ପାଢ଼ୀ ଆଜି ଏହି ଚେତାବନୀ ଦେଇଛନ୍ତି।

ଗୁରୁବାର ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ଭିସେଟ୍ଟୀ ବାବୁଜି କୋଟିଆ ପଞ୍ଚାୟତର ବିଭିନ୍ନ ଗାଁ ବୁଲିଥିବା ବେଳେ ଆଜି ବିଧାୟକ ଶ୍ରୀ ପାଢ଼ୀ ଏହି ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି, ତାଙ୍କୁ (ଭିସେଟ୍ଟୀ ବାବୁଜି)ଙ୍କୁ ଲାଜ ଲାଗିବା କଥା ଯେ ଓଡ଼ିଶା ସୀମା ଭିତରେ ପଶି ଅନାବଶ୍ୟକ ଭାବେ ରାଜନୀତି କରୁଛନ୍ତି। ପୁଣି ଆମ ପଞ୍ଚାୟତ ଅଫିସ୍‌ରେ ବସି ବୈଠକ କରିଛନ୍ତି। ଏଭଳି ଘଟଣା ସଂପର୍କରେ ମୁଁ ଜିଲ୍ଲା ପ୍ରଶାସନ ସହିତ କଥା ହେବି। ସରକାରଙ୍କୁ ମଧ୍ୟ ଅବଗତ କରାଇବି। ଆଗାମୀ ଦିନରେ ଆନ୍ଧ୍ର ପ୍ରଦେଶର କୌଣସି ଅଫିସର କିମ୍ବା ରାଜନୈତିକ ଦଳର ଲୋକ କୋଟିଆରେ ଅନୁପ୍ରବେଶ କରି ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କଲେ ମାଡ଼ ହେବ। ଦରକାର ପଡ଼ିଲେ ମୁଁ ନିଜେ ଯିବି।

ଶ୍ରୀ ପାଢ଼ୀ ଆହୁରି କହିଛନ୍ତି, ଓଡିଶା ସରକାରଙ୍କ ତରଫରୁ କୋଟିଆ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବା ବେଳେ ଆନ୍ଧ୍ର ସରକାର ଓ ରାଜନୈତିକ ନେତୃବୃନ୍ଦ ଏପରି ଅନୁପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏହାକୁ ବରଦାସ୍ତ କରାଯିବ ନାହିଁ।

ଗତକାଲି ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତି ଭିସେଟ୍ଟୀ ବାବୁଜି କୋଟିଆ ପଞ୍ଚାୟତର ତଳ ଗଂଜେଇପଦର, ଉପର ଗଂଜେଇପଦର, କୋଟିଆ, ତଳ ସେମ୍ବି, ଉପର ସେମ୍ବି ଓ ନେରେଡିବାଲାସା ଗସ୍ତ କରି ଥିଲେ ଏବଂ ଓଡ଼ିଶା ବିରୋଧରେ ମନ୍ତବ୍ୟ ଦେଇଥିଲେ।

ସେ କହିଥିଲେ, କୋଟିଆ ଅଞ୍ଚଳରେ ଥିବା ଖଣିଖାଦାନ ଉପରେ ଓଡିଶାର ନଜର ରହିଛି। ସେଥିପାଇଁ ଏଠାରେ ରାସ୍ତାଘାଟ ଓ ଘରଦ୍ୱାର ନିର୍ମାଣ କରୁଛି। ଆନ୍ଧ୍ର ପ୍ରଦେଶ ସରକାର କୋଟିଆକୁ ଓଡ଼ିଶା ଦଖଲରୁ ମୁକ୍ତ କରିବା ଦରକାର। ଏଥିପାଇଁ ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ଏହା ସହିତ କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମରେ ତେଲୁଗୁ ବୋର୍ଡ ଲଗାଇବା ପାଇଁ ସେ ଆନ୍ଧ୍ର ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story