ପିଆଜ ପରେ ଖାଉଟିଙ୍କ ହୋସ୍ ଉଡ଼ାଇଲା ଆଳୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିଆଜ ପରେ ଖାଉଟିଙ୍କ ହୋସ୍ ଉଡ଼ାଇଲା ଆଳୁ । ବଢ଼ିଲା ଆଳୁ ଟେନ୍‌ସନ। ୧୫ ଦିନ ତଳେ କିଲୋ ୧୮-୨୦ ଥିବା ଆଳୁର ଦର ଏବେ ଟପିଲାଣି ୩୦। ରାଜ୍ୟର ନୂଆ ଆଳୁ ଅମଳରେ ବିଳମ୍ବ ଓ ପଶ୍ଚିମବଙ୍ଗରୁ ଆମଦାନୀ କମିବାରୁ ହଠାତ ବୃଦ୍ଧି ପାଇଛି ରୋଷେଇ ଘରର ଏ ମୁଖ୍ୟ ପରିବା ଦର।  ଯାହାକୁ ନେଇ ଚିନ୍ତାରେ ଖାଉଟି। କଟକ ଛତ୍ର ବଜାରରେ ଆଜି ଆଳୁ କିଲୋ ୩୦ ଛୁଇଁଛି। ଏପଟେ ରାଜଧାନୀ ଭୁବନେଶ୍ୱରରେ […]

b-vv

Tapas Behera
  • Published: Sunday, 05 January 2020
  • , Updated: 05 January 2020, 07:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିଆଜ ପରେ ଖାଉଟିଙ୍କ ହୋସ୍ ଉଡ଼ାଇଲା ଆଳୁ । ବଢ଼ିଲା ଆଳୁ ଟେନ୍‌ସନ। ୧୫ ଦିନ ତଳେ କିଲୋ ୧୮-୨୦ ଥିବା ଆଳୁର ଦର ଏବେ ଟପିଲାଣି ୩୦। ରାଜ୍ୟର ନୂଆ ଆଳୁ ଅମଳରେ ବିଳମ୍ବ ଓ ପଶ୍ଚିମବଙ୍ଗରୁ ଆମଦାନୀ କମିବାରୁ ହଠାତ ବୃଦ୍ଧି ପାଇଛି ରୋଷେଇ ଘରର ଏ ମୁଖ୍ୟ ପରିବା ଦର।  ଯାହାକୁ ନେଇ ଚିନ୍ତାରେ ଖାଉଟି।

କଟକ ଛତ୍ର ବଜାରରେ ଆଜି ଆଳୁ କିଲୋ ୩୦ ଛୁଇଁଛି। ଏପଟେ ରାଜଧାନୀ ଭୁବନେଶ୍ୱରରେ ବି ସମାନ ଅବସ୍ଥା । ହାଣ୍ଡିଶାଳର ଏ ମୁଖ୍ୟ ପରିବାର ଏ ଭାଉକୁ ଦେଖି ପୁଣି ହରଡ଼ ଘଣାରେ ଖାଉଟି।

ଆଳୁର ନିଅଣ୍ଟିଆ ସ୍ଥିତି ଓ ଚଢା ଦର ରାଜ୍ୟର ଅନ୍ୟ ଅଞ୍ଚଳରେ ବି ଦେଖିବାକୁ ମିଳିଛି। ପଶ୍ଚିମରେ ରାଉରକେଲାରୁ ଦକ୍ଷିଣରେ ବ୍ରହ୍ମପୁର ଯାଏଁ ସବୁଠି ଆଳୁର ଦର ଉପର ମୁହାଁ । ତେବେ ବ୍ୟବସାୟୀଙ୍କ ମତରେ ନିକଟରେ ବର୍ଷା ଯୋଗୁଁ ନୂଆ ଆଳୁ ଖୋଳାରେ ବିଳମ୍ବ ହୋଇଛି। ତେଣୁ ବଜାରକୁ ଯଥେଷ୍ଟ ପରିମାଣର ଆଳୁ ପହଞ୍ଚି ପାରିନି। ଏପଟେ ପଶ୍ଚିମବଙ୍ଗରେ ମଧ୍ୟ ରେଟ୍ ଉଚ୍ଚା ରହିଛି । ଯାହାର ପ୍ରଭାର ଓଡ଼ିଶା ବଜାର ଉପରେ ପଡ଼ିଛି । ତେବେ ୧୫ ଦିନ ଭିତରେ ଦର ସ୍ୱାଭାବିକ୍‌ ହେବା ଅନୁମାନ କରୁଛନ୍ତି ବ୍ୟବସାୟୀ। ପିଆଜ ଦର ସ୍ୱାଭାବିକ୍‌ ସ୍ଥିତିକୁ ଆସି ନଥିଲା ବେଳେ ଆଳୁର ଦର ବୃଦ୍ଧି ସାଧାରଣ ଖାଉଟିଓ ଗରିବଗୁରୁବାଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି।

Related story