ଭୁବନେଶ୍ୱର: ପଟିଆ ଶ୍ରୀବିହାର ଜେଜିଏମ ଗୁଳିକାଣ୍ଡ ଘଟଣାରେ ଗିରଫ ଏଆରଏସଏସ ଅଧ୍ୟକ୍ଷ ସୁବାସ ଅଗ୍ରୱାଲଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ କୋର୍ଟରେ ଆବେଦନ କରିଛି । ଗୁଳିକାଣ୍ଡରେ ଦୁର୍ବୃତ୍ତମାନଙ୍କୁ ଭଡାରେ ଅଣାଯାଇ ନିୟୋଜିତ କରାଯାଇଥାଇ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଏଆରଏସଏସରେ କେତେଜଣ କର୍ମଚାରୀ କାମ କରୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଉଛି । ଘଟଣା ପଛରେ ଟଙ୍କା କାରବାର ହୋଇଛି କି ନାହିଁ ତାହାର ତଦନ୍ତ କରାଯାଉଛି । ସୁବସ ରିମାଣ୍ଡରେ ଆସିଲେ ହତ୍ୟା ଘଟଣା ଉପରୁ ପରଦା ହଟିବ ବୋଲି କମିଶନରେଟ ପାଲିସ କହିଛି । ଏହାସହ ପୋଲିସ ପକ୍ଷରୁ ଫେରାର ଅଭିଯୁକ୍ତମାନଙ୍କ ସ୍କେଚ ଜାରି କରାଯାଇଛି ।