ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ

ଟିଟିଲାଗଡ଼ (ମାନସ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଡାକ୍ତରଖାନାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦିଲୀପ ପଟ୍ଟନାୟକ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଜଣେ ଗର୍ଭବତୀ ମହିଳାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ମହିଳାଙ୍କୁ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ମହିଳାଙ୍କ ସ୍ୱାମୀ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଡାକ୍ତର ଦିଲୀପ ପଟ୍ଟନାୟକ […]

doc..

Tapaswini Nayak
  • Published: Friday, 25 October 2019
  • , Updated: 25 October 2019, 10:11 AM IST

ଟିଟିଲାଗଡ଼ (ମାନସ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଡାକ୍ତରଖାନାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦିଲୀପ ପଟ୍ଟନାୟକ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଜଣେ ଗର୍ଭବତୀ ମହିଳାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ମହିଳାଙ୍କୁ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ମହିଳାଙ୍କ ସ୍ୱାମୀ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଡାକ୍ତର ଦିଲୀପ ପଟ୍ଟନାୟକ ଆହତ ହୋଇଥିଲେ। ଏନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି ।

ଜଣେ  ରୋଗୀଙ୍କ ସମ୍ପକୀୟ କହିଛନ୍ତି,“ ମୋ ଭଉଣୀର ଅବସ୍ଥା ଗୁରୁତର ଥିବାରୁ ତାକୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲୁ। ହେଲେ ଡାକ୍ତରଖାନାରେ ଗୋଟିଏ ବି ନର୍ସ ନ ଥିଲେ। ଆଉଟଡୋରରେ ଡାକ୍ତର ବସିଥିଲେ। ସିକ୍ୟୁରିଟି ଗାର୍ଡକୁ ଡାକ୍ତର ବ୍ଲଡ ପ୍ରେସର ମାପିବାକୁ  କହିଥିଲେ।”

ଡାକ୍ତର ଦିଲୀପ ପଟ୍ଟନାୟକ କହିଛନ୍ତି, “ଗତକାଲି ରାତିରେ ଜଣେ ଗର୍ଭବତୀ ମହିଳା ଡାକ୍ତରଖାନାକୁ ଆସିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା। ମୁଁ ତାଙ୍କର ବ୍ଲଡ ପ୍ରେସର ମାପି ଆଡମିଶନ୍‌ ନେବା ପାଇଁ କହିଥିଲି। ତା’ପରେ ମୁଁ ଅକ୍ସିଜେନ୍‌ ଲଗାଇବାକୁ ଗଲା ବେଳେ ମହିଳାଙ୍କ ସ୍ୱାମୀ ମୋତେ ଆକ୍ରମଣ କରିଥିଲେ।”

Related story