କାମ ଦେଲାନି ଅକ୍ସିଜେନ ସିଲିଣ୍ଡର, ଆଖି ବୁଜିଲେ ରୋଗୀ!

ମାଲକାନଗିରି(ଜିତେନ୍ଦ୍ର ବେଉରା): ବିଦ୍ୟୁତ୍‌ କାଟ ହେବାରୁ ମେଡିକାଲରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଗଲା। ଆଉ ବନ୍ଦ ହୋଇଗଲା ଅମ୍ଳଜାନ ସିଲିଣ୍ଡର । ଫଳରେ ଛଟପଟ ହୋଇ ଆଖି ବୁଜିଲେ ଜଣେ ଡେଙ୍ଗୁ ରୋଗୀ। ଏପରି ସାଂଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ହେଲେ ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କାମବାଡ଼ା ଗାଁର ରାମ ମାଡ଼କାମୀ । ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ […]

mlkn

mlkn

Niharika Rout
  • Published: Thursday, 03 November 2022
  • Updated: 03 November 2022, 02:05 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ବିଦ୍ୟୁତ୍‌ କାଟ ହେବାରୁ ମେଡିକାଲରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଗଲା। ଆଉ ବନ୍ଦ ହୋଇଗଲା ଅମ୍ଳଜାନ ସିଲିଣ୍ଡର । ଫଳରେ ଛଟପଟ ହୋଇ ଆଖି ବୁଜିଲେ ଜଣେ ଡେଙ୍ଗୁ ରୋଗୀ। ଏପରି ସାଂଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ହେଲେ ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ।

ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କାମବାଡ଼ା ଗାଁର ରାମ ମାଡ଼କାମୀ । ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ଗୁରୁତର ଥିବାରୁ ତାଙ୍କୁ ଗତକାଲି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ହଠାତ୍ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଥିଲା। ଫଳରେ ଅମ୍ଳଜାନ ସିଲିଣ୍ଡର କାମ ନ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।

ସେପଟେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବା ପରେ ମଧ୍ୟ ଜେନେରେଟର ଲଗାଯାଇ ରାମଙ୍କୁ ଅମ୍ଳଜାନ ସେବା ଯୋଗାଇ ଦିଆଯାଇଥିଲା । ତେଣୁ କୌଣସି ପ୍ରକାରର ଅମ୍ଳଜାନ ଅଭାବ ହୋଇ ନ ଥିଲା। ତେବେ ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା  ମାଲକାନଗିରି ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ସଦାଶିବ ମହାରଣା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos