ମୃତ୍ୟୁର ୬ ଦିନ ପରେ ଯାଉଛି ଫୋନ୍‌; ଆପଣ ଭଲ ଅଛନ୍ତି ତ?

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଅଜବ ଏ ଦୁନିଆ। ରୋଗରୁ ଭଲ ହେବା ପାଇଁ ମେଡିକାଲ୍‌ ଯାଇଥିଲେ। ହେଲେ ଶବ ହୋଇ ଘରକୁ ଫେରିଲେ। ମେଡିକାଲ୍‌ କର୍ତ୍ତୃପକ୍ଷ ଠିକ୍‌ ସମୟରେ ଅକ୍ସିଜେନ୍‌ ଯୋଗାଇ ନପାରିବାରୁ ପ୍ରାଣବାୟୁ ଉଡି ଯାଇଥିବା ପରିବାର ଲୋକେ ଅଭିଯୋଗ ହୋଇଥିଲା। ଦୁର୍ଭାଗ୍ୟକୁ ମୃତ୍ୟୁର ୬ ଦିନ ପରେ ମୃତକଙ୍କ ପରିବାରକୁ ଏକ ଫୋନ୍‌ କଲ୍‌ ଆସୁଛି। ଆଉ ପଚରାଯାଉଛି, ଆପଣ ଭଲ ଅଛନ୍ତି?? ଫୋନ୍‌ କରିଥିବା ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍‌ରୁ ଫୋନ୍‌ କରିଥିବା […]

mkcg

mkcg

Manoranjan Sial
  • Published: Wednesday, 28 April 2021
  • Updated: 28 April 2021, 06:11 PM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଅଜବ ଏ ଦୁନିଆ। ରୋଗରୁ ଭଲ ହେବା ପାଇଁ ମେଡିକାଲ୍‌ ଯାଇଥିଲେ। ହେଲେ ଶବ ହୋଇ ଘରକୁ ଫେରିଲେ। ମେଡିକାଲ୍‌ କର୍ତ୍ତୃପକ୍ଷ ଠିକ୍‌ ସମୟରେ ଅକ୍ସିଜେନ୍‌ ଯୋଗାଇ ନପାରିବାରୁ ପ୍ରାଣବାୟୁ ଉଡି ଯାଇଥିବା ପରିବାର ଲୋକେ ଅଭିଯୋଗ ହୋଇଥିଲା। ଦୁର୍ଭାଗ୍ୟକୁ ମୃତ୍ୟୁର ୬ ଦିନ ପରେ ମୃତକଙ୍କ ପରିବାରକୁ ଏକ ଫୋନ୍‌ କଲ୍‌ ଆସୁଛି। ଆଉ ପଚରାଯାଉଛି, ଆପଣ ଭଲ ଅଛନ୍ତି?? ଫୋନ୍‌ କରିଥିବା ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍‌ରୁ ଫୋନ୍‌ କରିଥିବା କହିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଏମ୍‌କେସିଜି ପରି ବଡ଼ ମେଡିକାଲ୍‌ରେ ଜଣେ ରୋଗୀ ମରିଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ପାଖରେ କେମିତି ଖବର ନାହିଁ।

ଦିଗପହଣ୍ଡି ଅଞ୍ଚଳର ମିଥୁନ ପାଣିଗ୍ରାହୀ(୩୭) ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଦିଗପହଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଗତ ୯ ତାରିଖରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

ମିଥୁନ୍‌ଙ୍କର ଫୁସ୍‌ଫୁସ୍‌ ସମସ୍ୟା ଥିବାରୁ ମେଡିକାଲ୍‌ରେ ଅକ୍ସିଜେନ୍‌ ଦିଆଯାଇଥିଲା। ତେବେ ୧୮ ତାରିଖ ରାତିରେ ଅକ୍ସିଜେନ୍‌ ସରି ଯାଇଥିଲା। ଏହା ଦେଖି ତାଙ୍କ ଭାଇ ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଡ୍ୟୁଟିରେ ଥିବା କର୍ମଚାରୀମାନେ ଅକ୍ସିଜେନ୍‌ ମିଳିବ ବୋଲି କହି ଚାଲିଗଲେ। ଅଧ ଘଣ୍ଟା ବିଳମ୍ବରେ ଅକ୍ସିଜେନ୍‌ ଧରି ଆସିଲା ବେଳକୁ ମିଥୁନ୍‌ଙ୍କର ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି। ପରେ ମେଡିକାଲ୍‌ ପକ୍ଷରୁ ପରିବାର ଲୋକଙ୍କୁ ମିଥୁନ୍‌ଙ୍କ ମୃତଦେହ ଦିଆଯାଇଥିଲା। ପରିବାର ଲୋକେ ମିଥୁନ୍‌ଙ୍କ ମୃତଦେହକୁ ଗାଁକୁ ଆଣି ଅନ୍ତିମ ସଂସ୍କାର କରିଥିଲେ।

ମିଥୁନ୍‌ ମରିବାର ୬ ଦିନ ପରେ ତାଙ୍କ ଘରକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ ଉଠାଇଥିଲେ ମିଥୁନ୍‌ଙ୍କ ଭାଇ। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ନିଜର ପରିଚୟ ଦେବାକୁ ଯାଇ କହିଥିଲେ ସେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍‌ରୁ କହୁଛନ୍ତି। ପରେ ସେ ପଚାରିଥିଲେ, କେବେ ଏମ୍‌କେସିଜି ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ? ଏହାର ଉତ୍ତରରେ ମିଥୁନ୍‌ ଭାଇ କହିଥିଲେ- ଗତ ୧୮ ତାରିଖରେ। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ଆଉ ଥରେ ପଚାରିଲେ, ଏବେ ଦେହ ଭଲ ଅଛି ତ? ଏହାର ଉତ୍ତରରେ ମିଥୁନ୍‌ଙ୍କ ଭାଇ କହିଥିଲେ- ଅକ୍ସିଜେନ୍‌ ଅଭାବରୁ ଭାଇଙ୍କ ମୃତ୍ୟୁ ହୋଇଗଲା।

ତେବେ ଏଠି ପ୍ରଶ୍ନ ଉଠୁଛି, ଫୋନ୍‌ କରିଥିବା ବ୍ୟକ୍ତି ଜଣକ କିଏ? ପ୍ରକୃତ ଫୋନ୍‌ କଲ୍‌ କଣ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍‌ରୁ ଯାଇଥିଲା। ଯଦି ଫୋନ୍‌ କଲ୍‌ ସତ, ତାହାହେଲେ ଏମ୍‌କେସିଜି ଭଳି ମେଡିକାଲ୍‌ରେ ଜଣେ ରୋଗୀ ଅକ୍ସିଜେନ୍‌ ଅଭାବରୁ ମରୁଛି, ତା’ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। ଏହା ପରେ ସତ୍ତ୍ୱେ ଜିଲ୍ଲା ପ୍ରଶାସନ କେମିତି ଜାଣିପାରୁ ନାହିଁ ରୋଗୀ ଜୀବିତ ନା ମୃତ?? କରୋନା ବେଳେ ପ୍ରଶାସନର ଏପରି ଖାମ୍‌ଖିଆଲ୍‌ ନୀତି ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story