ଏସ୍‌ସିବି ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ

କଟକ(ପ୍ରଭାତ ବିଷୋୟୀ): ଆଜି କଟକ ବଡ଼ ମେଡିକାଲ ପରିସରରେ ଏକ ଅସ୍ୱାଭାବିକ ଘଟଣା ଘଟିଛି। ଜଣେ ବୃଦ୍ଧ ରୋଗୀ ଝରକା ଗ୍ରୀଲ୍‌ ଭାଙ୍ଗି ତଳକୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ, ବୃଦ୍ଧଜଣକ ନ୍ୟୁ ମେଡିସିନ ୱାର୍ଡର ୩ ମହଲାରେ ଥିବା ନିରାଶ୍ରୟ ରୋଗୀ ୱାର୍ଡରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ହଠାତ୍‌ ସେ ଗ୍ରୀଲ ଭାଙ୍ଗି ତଳକୁ ଡେଇଁ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ତାଙ୍କୁ ପ୍ରଥମେ କାଜୁଆଲିଟିକୁ ନିଆଯାଇଥିଲା । […]

scb-1..

Jyoshna Pradhan
  • Published: Saturday, 12 October 2019
  • , Updated: 12 October 2019, 02:58 PM IST

କଟକ(ପ୍ରଭାତ ବିଷୋୟୀ): ଆଜି କଟକ ବଡ଼ ମେଡିକାଲ ପରିସରରେ ଏକ ଅସ୍ୱାଭାବିକ ଘଟଣା ଘଟିଛି। ଜଣେ ବୃଦ୍ଧ ରୋଗୀ ଝରକା ଗ୍ରୀଲ୍‌ ଭାଙ୍ଗି ତଳକୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ମୁତାବକ, ବୃଦ୍ଧଜଣକ ନ୍ୟୁ ମେଡିସିନ ୱାର୍ଡର ୩ ମହଲାରେ ଥିବା ନିରାଶ୍ରୟ ରୋଗୀ ୱାର୍ଡରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ହଠାତ୍‌ ସେ ଗ୍ରୀଲ ଭାଙ୍ଗି ତଳକୁ ଡେଇଁ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ତାଙ୍କୁ ପ୍ରଥମେ କାଜୁଆଲିଟିକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅନ୍ୟପକ୍ଷରେ ଆଟେନାଣ୍ଟ ୱାର୍ଡରେ ଦାୟିତ୍ଵରେ ଥିବା ବେଳେ ଦିନ ସମୟରେ ଏପରି ଅଭାବନୀୟ ଘଟଣା  କିପରି ଘଟିଲା ତାହା ସନ୍ଦେହ ସୃଷ୍ଟି କରିଛି। ଘଟଣାର ତଦନ୍ତ କରାଯିବ ବୋଲି ମେଡିକାଲ ଅଧିକ୍ଷକ କହିଛନ୍ତି।

Related story