ଟିଟି ବଦଳରେ ନାବାଳକଙ୍କୁ ମିଳିଲା କୁକୁର କାମୁଡ଼ା ଇଞ୍ଜେକସନ, ଡାକ୍ତର କହିଲେ...

ନୀଳଗିରି(ବିଶ୍ୱମ୍ବର ଦାସ):  ହାତ ଖଣ୍ଡିଆ ହୋଇଥିବାରୁ ଟିଟାନାସ ଇଞ୍ଜେକସନ ନେବାକୁ ମେଡିକାଲ ଯାଇଥିଲେ ନାବାଳକ । ହେଲେ ଡାକ୍ତର ଟିଟି ବଦଳରେ ପ୍ରେସକିପସନ୍‌ରେ କୁକୁର କାମୁଡ଼ା ଇଞ୍ଜେକସନ ଲେଖିଦେଲେ। ଗୋଟିଏ ରୋଗର ଚିକିତ୍ସା ପାଇଁ ମେଡିକାଲ ଯାଇଥିବା ରୋଗୀଙ୍କୁ  ଭିନ୍ନ ରୋଗର ଇଞ୍ଜେକସନ ଦେଇ ବି ମେଡିକାଲ ଅଫିସର ଏହାକୁ ଖୁବ୍‌ ହାଲକା ଭାବେ ନେଇଛନ୍ତି। ଏପରି ଘଟଣାକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ମେଡ଼ିକାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ନୀଳଗିରି ଅଞ୍ଚଳର ଜ୍ୟୋତି ପ୍ରକାଶ […]

nilagiri

nilagiri

Niharika Rout
  • Published: Friday, 16 December 2022
  • Updated: 16 December 2022, 12:42 PM IST

Sports

Latest News

ନୀଳଗିରି(ବିଶ୍ୱମ୍ବର ଦାସ):  ହାତ ଖଣ୍ଡିଆ ହୋଇଥିବାରୁ ଟିଟାନାସ ଇଞ୍ଜେକସନ ନେବାକୁ ମେଡିକାଲ ଯାଇଥିଲେ ନାବାଳକ । ହେଲେ ଡାକ୍ତର ଟିଟି ବଦଳରେ ପ୍ରେସକିପସନ୍‌ରେ କୁକୁର କାମୁଡ଼ା ଇଞ୍ଜେକସନ ଲେଖିଦେଲେ। ଗୋଟିଏ ରୋଗର ଚିକିତ୍ସା ପାଇଁ ମେଡିକାଲ ଯାଇଥିବା ରୋଗୀଙ୍କୁ  ଭିନ୍ନ ରୋଗର ଇଞ୍ଜେକସନ ଦେଇ ବି ମେଡିକାଲ ଅଫିସର ଏହାକୁ ଖୁବ୍‌ ହାଲକା ଭାବେ ନେଇଛନ୍ତି। ଏପରି ଘଟଣାକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ମେଡ଼ିକାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ନୀଳଗିରି ଅଞ୍ଚଳର ଜ୍ୟୋତି ପ୍ରକାଶ ସେଠୀ ନାମକ ନାବାଳକ ଗତକାଲି ରାତିରେ ଏକ ବାର୍ଥଡେ ପାର୍ଟିରେ ଯୋଗ ଦେଇଥିଲେ। ସେଠାରେ ବ୍ଲେଡରେ ତାଙ୍କ ହାତ କଟି ଯାଇଥିଲା। ଏହାପରେ ଆଜି ସକାଳେ ନିଜ ବାପାଙ୍କ ସହ ଟିଟାନାସ ଓ ଇଞ୍ଜେକସନ ନେବାକୁ ସେ ନୀଳଗିରି ମେଡିକାଲରେ ପହଞ୍ଚିଥିଲେ।

ପିଲାଟି କୁକୁର କାମୁଡ଼ା ରୋଗୀଙ୍କ ଲାଇନ୍‌ରେ ଛିଡ଼ା ହୋଇଥିବା ବେଳେ ଡାକ୍ତର ତାଙ୍କ ସମସ୍ୟା ଶୁଣି ମଧ୍ୟ ୩ଟି କୁକୁର କାମୁଡ଼ା ଇଞ୍ଜେକସନ ନେବାକୁ ପ୍ରେସକିପସନରେ ଲେଖି ଦେଇଥିଲେ। ଏହାକୁ ନେଇ ପିଲାଟି ନିଜ ବାପା ଗଣେଶ ସେଠୀଙ୍କ ସହ ନର୍ସଙ୍କ ନିକଟକୁ ଯାଇଥିବା ବେଳେ ସେ କୁକୁର କାମୁଡ଼ା ଇଞ୍ଜେକସନ ଦେଇ ଦେଇଥିଲେ। ଏହାପରେ ପରବର୍ତ୍ତୀ ତାରିଖରେ ଆସିବାକୁ କହିଥିଲେ। ଏହାକୁ ନେଇ ପିଲାଟିର ବାପାଙ୍କ ମନରେ ସନ୍ଦେହ ହୋଇଥିଲା।

ଖଣ୍ଡିଆଖାବରା ହେଲେ ଗୋଟିଏ ଟିଟାନାସ  ଦିଆଯାଇଥାଏ। ହେଲେ ଡାକ୍ତର ପ୍ରେସକିପସନ୍‌ରେ କ’ଣ ପାଇଁ ୩ଟି ଇଞ୍ଜେକସନ ଲେଖିଲେ ଏହାକୁ ନେଇ  ଗଣେଶଙ୍କ ମନରେ ସନ୍ଦେହ ହୋଇଥିଲା। ଏହାକୁ ନେଇ ସେ ପଚରାଉଚରା କରିବାରୁ ତାଙ୍କ ପୁଅକୁ କୁକର କାମୁଡ଼ା ଇଞ୍ଜେକସନ ଦିଆଯାଇଥିବା ଜାଣିବାକୁ ପାଇଲେ।

ଏହି ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନାବାଳକଙ୍କ ଅଭିଭାବକଙ୍କ ସମେତ ଅନ୍ୟମାନେ ଏନେଇ ଶିଶୁ ରୋଗ ବିଶେଷଜ୍ଞଙ୍କୁ ପଚାରିବାରୁ ସେ କିନ୍ତୁ କଥାଟିକୁ ହାଲକା ଭାବେ ନେଇଛନ୍ତି। ଏହାପରେ ପିଲାଟିକୁ ଟିଟାନାସ ଇଞ୍ଜେକସନ ବି ଦିଆଯାଇଛି।

ଏନେଇ ଶିଶୁ ରୋଗ ବିଶେଷଜ୍ଞ ରାଜେନ୍ଦ୍ର ସିଂହ କହିଛନ୍ତି, ପିଲାଟି କୁକୁର କାମୁଡ଼ା ରୋଗୀଙ୍କ ଲାଇନ୍‌ରେ ଛିଡ଼ା ହୋଇଥିଲା। ତେଣୁ ତାକୁ ମଧ୍ୟ କୁକୁର କାମୁଡ଼ା ଇଞ୍ଜେକସନ ଲେଖି ଦେଇଛି । ଏହାଦ୍ୱାରା ପିଲାଟିର କିଛି କ୍ଷତି ହେବନି। ଏହାକୁ  ପ୍ରତିଷେଧକ ହିସାବରେ ଦିଆଯାଇଛି। ତେଣୁ ଏହାର କୋର୍ସ ପୂରଣ କରିବାକୁ ଆହୁରି ୨ଟି ଇଞ୍ଜେକସନ ନେବାକୁ କୁହାଯାଇଛି। ଫଳରେ ଭବିଷ୍ୟତରେ କୁକୁର କାମୁଡ଼ିଲେ କୌଣସି ଅସୁବିଧା ହେବନି।

ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍‌ ଥିବା ବେଳେ ବାପାମା’ କିନ୍ତୁ ଭୟଭୀତ ହୋଇ ପଡ଼ିଛନ୍ତି। ଏପରିକି ମେଡିକାଲ ଅଫିସରଙ୍କ ଅବ୍ୟବସ୍ଥା ହେତୁ ଏପରି ସାଂଘାତିକ ତ୍ରୁଟି ହେଉଥିବା ଅଭିଯୋଗ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story