‘ମୋ ସରକାର’ରେ ଆସିଲା ପ୍ରଥମ ଅଭିଯୋଗ, ଡାକ୍ତରଖାନାରେ ରୋଗୀଙ୍କୁ ଦୁର୍ବ୍ୟବହାର

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଆଜିଠାରୁ ଆରମ୍ଭ ହୋଇଛି “ମୋ ସରକାର”। କୌଣସି ବ୍ୟକ୍ତି ଥାନା ବା ଡାକ୍ତରଖାନାରେ କିଛି ସମସ୍ୟାରେ ସମ୍ମୁଖୀନ ହେଲେ ଟୋଲ୍‌ ଫ୍ରି ନମ୍ୱରରେ ଫୋନ୍‌ କରି ଅଭିଯୋଗ ଜଣାଇପାରିବେ। ସଦ୍ୟ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆସିଛି ପ୍ରଥମ ଅଭିଯୋଗ। ତାହା ପୁଣି ସିଲ୍‌ଭର ସିଟି ରାଉରକେଲା ଇସ୍ପାତ ଜେନେରାଲ୍‌ ହସ୍ପିଟାଲ(ଆଇଜିଏଚ୍‌) ବିରୋଧରେ। ମୋନାଲିସା ଭାଟିଆ ଜଣେ ବ୍ରେଷ୍ଟ୍‌ କ୍ୟାନସର ରୋଗୀ। ସେ କଟକ ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲ୍‌ରେ ଚିକିତ୍ସିତ ହୋଇଥିଲେ। […]

Patient-undergoing-treatment-at-IGH-in-Rourkela-allegedly-misbehaved-by-hospital-officials

Patient-undergoing-treatment-at-IGH-in-Rourkela-allegedly-misbehaved-by-hospital-officials

Manoranjan Sial
  • Published: Wednesday, 02 October 2019
  • Updated: 02 October 2019, 11:11 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଆଜିଠାରୁ ଆରମ୍ଭ ହୋଇଛି “ମୋ ସରକାର”। କୌଣସି ବ୍ୟକ୍ତି ଥାନା ବା ଡାକ୍ତରଖାନାରେ କିଛି ସମସ୍ୟାରେ ସମ୍ମୁଖୀନ ହେଲେ ଟୋଲ୍‌ ଫ୍ରି ନମ୍ୱରରେ ଫୋନ୍‌ କରି ଅଭିଯୋଗ ଜଣାଇପାରିବେ। ସଦ୍ୟ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆସିଛି ପ୍ରଥମ ଅଭିଯୋଗ। ତାହା ପୁଣି ସିଲ୍‌ଭର ସିଟି ରାଉରକେଲା ଇସ୍ପାତ ଜେନେରାଲ୍‌ ହସ୍ପିଟାଲ(ଆଇଜିଏଚ୍‌) ବିରୋଧରେ।

ମୋନାଲିସା ଭାଟିଆ ଜଣେ ବ୍ରେଷ୍ଟ୍‌ କ୍ୟାନସର ରୋଗୀ। ସେ କଟକ ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲ୍‌ରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ପରେ ସେ ରାଉରକେଲା ପଳାଇ ଯାଇଥିଲେ। ତେବେ କିଛି ଦିନ ତଳେ ତାଙ୍କ ମୁଣ୍ଡ ବ୍ୟଥା ହୋଇଥିଲା। ତେଣୁ ସେ ଡାକ୍ତର ପରାମର୍ଶ ନେଇଥିଲେ। ବ୍ରେନ୍‌ ଏମ୍‌ଆରଆଇ ଓ ସିଟି ସ୍କାନ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରେ ସେ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ(ଆଇଜିଏଚ୍‌)କୁ ଯାଇଥିଲେ। ତେବେ ଏହି ସମୟରେ ସେଠାରେ କାର୍ଯ୍ୟରତ ନର୍ସ ଓ ଅନ୍ୟ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ଭିଡିଓକୁ ଦେଖି ଘଟଣାର ତଦନ୍ତ ପାଇଁ ପାନ୍‌ପୋଷ୍‌ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଓ ରାଉରକେଲା ସରକାରୀ ହସ୍ପିଟାଲ୍‌ ଅଧୀକ୍ଷକ ଦୀନବନ୍ଧୁ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଅଧିକାରୀ ମୋନାଲିସା ଓ ଆଇଜିଏଚ୍‌ କର୍ତ୍ତୃପକ୍ଷଙ୍କ ବୟାନ୍‌ ରେକର୍ଡ କରିଛନ୍ତି।

ଆସନ୍ତା କାଲି ଜିଲ୍ଲାପାଳଙ୍କୁ ଏହି ରିପୋର୍ଟ ଦୁଇ ଅଧିକାରୀ ଦେବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos