ପୁରୀ(ଓଡ଼ିଶା ରିପୋର୍ଟର): ‘ଅମ୍ଫାନ’ ମହାବାତ୍ୟା ପୂର୍ବରୁ ପବନରେ ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା। ତେବେ ନୀଳଚକ୍ରରେ ଅନ୍ୟ ବାନା ଥିବାରୁ ମହାପ୍ରଭୁଙ୍କର ନୀତିକାନ୍ତିରେ କୌଣସି ଅସୁବିଧା ହୋଇନାହିଁ। ବାନା ଉଡ଼ିବାର କିଛି ସମୟ ପରେ ଚୂନରା ସେବାୟତ ତୁରନ୍ତ ବାନା ଲଗାଇ ଦେଇଥିଲେ। ତେବେ ଚୂନରା ସେବକଙ୍କ ମତରେ ମହାପ୍ରଭୁ ବିପଦ ଟାଳିବା ପାଇଁ ଏଭଳି ତାଙ୍କ ବାନା ଉଡାଇ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ଥର ପବନରେ ପତିତପାବନା ଉଡ଼ିଥିବାର ନଜିର ରହିଛି।
ଚୂନରା ସେବକ ଡାକ୍ତର ଶରତ ମହାନ୍ତି କହିଛନ୍ତି-“ମହାବାତ୍ୟାର ଦିଗ ପରିବର୍ତ୍ତନ ପାଇଁ ମହାପ୍ରଭୁ ନିଜ ବାନାକୁ ଉଡାଇ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି ବାତ୍ୟା ଆସିବା ଆଗରୁ ବାନା ଉଡି ଯାଇଛି। ତେଣୁ ଏହାକୁ ଏକ ଶୁଭ ସଙ୍କେତ ଭାବେ ନେଇପାରିବା। ମହାପ୍ରଭୁଙ୍କ ନିର୍ଦ୍ଦେଶରେ ବାତ୍ୟା ତା ବାଟରେ ଚାଲିଯିବ। ଓଡ଼ିଶାରେ କିଛି କ୍ଷତି କରିବ ନାହିଁ ବୋଲି ଭାବିବା। ଫାଇଲିନ୍ ଓ ଫୋନି ଆରମ୍ଭ ପୂର୍ବରୁ ମଧ୍ୟ ବାନା ଉଡି ଯାଇଥିଲା।”
https://twitter.com/otvnews/status/1262341109855944705?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।