ପାଟକୁରା ଫଳାଫଳ: ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):   ପାଟକୁରା ବିଧାନସଭା ଆସନ ଲାଗି ୧୦ମ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ସୁଦ୍ଧା ବିଜେଡି  ୧୪, ୯୫୮ ଭୋଟରେ ଆଗୁଆ ଅଛି । ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୧୦ମ ରାଉଣ୍ଡ ସୁଦ୍ଧା ୫୮, ୯୧୯ ଖଣ୍ଡ ଭୋଟ ମିଳିଛି। ତାଙ୍କ ପ୍ରତିଦ୍ୱନ୍ଦୀ ବିଜେପିର ବିଜୟ ମହାପାତ୍ର ୪୩, ୯୬୧ ଖଣ୍ଡ ଭୋଟ ପାଇ ରେସ୍‌ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମାତ୍ର ୧୫୩୯ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି […]

evm-1

Niharika Rout
  • Published: Wednesday, 24 July 2019
  • , Updated: 24 July 2019, 11:27 AM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):   ପାଟକୁରା ବିଧାନସଭା ଆସନ ଲାଗି ୧୦ମ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ସୁଦ୍ଧା ବିଜେଡି  ୧୪, ୯୫୮ ଭୋଟରେ ଆଗୁଆ ଅଛି ।

ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୧୦ମ ରାଉଣ୍ଡ ସୁଦ୍ଧା ୫୮, ୯୧୯ ଖଣ୍ଡ ଭୋଟ ମିଳିଛି। ତାଙ୍କ ପ୍ରତିଦ୍ୱନ୍ଦୀ ବିଜେପିର ବିଜୟ ମହାପାତ୍ର ୪୩, ୯୬୧ ଖଣ୍ଡ ଭୋଟ ପାଇ ରେସ୍‌ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମାତ୍ର ୧୫୩୯ ଖଣ୍ଡ ଭୋଟ ପାଇଛନ୍ତି।

ସେହିପରି ଅଷ୍ଠମ ରାଉଣ୍ଡ ଗଣନା ଶେଷ   ଶେଷ ସୁଦ୍ଧା ୧୩, ୬୮୧ ଭୋଟ୍‌ରେ ବିଜେଡି ଆଗୁଆ ରହିଥିଲା।

ଏହି ରାଉଣ୍ଡରେ ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୪୭, ୯୮୪ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୪, ୩୦୩ ଖଣ୍ଡ ଭୋଟ ପାଇଥିଲେ । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଅଷ୍ଠମ ରାଉଣ୍ଡ ଶେଷ ସୁଦ୍ଧା ୧୨୮୮ ଖଣ୍ଡ ଭୋଟ ପାଇଥିବା ଜଣାଯାଇଛି।

ପ୍ରଥମ ରାଉଣ୍ଡରେ ବିଜେଡି ୨୯୨୭ ଭୋଟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୩,୪୨୬, ତୃତୀୟ ରାଉଣ୍ଡରେ ୬୩୩୭, ଚତୁର୍ଥ ରାଉଣ୍ଡରେ ୭୪୩୧, ପଞ୍ଚମ ରାଉଣ୍ଡରେ ୮୬୭୩ଭୋଟ୍‌ ରେ ଆଗୁଆ ଥିବା ବେଳେ ଷଷ୍ଠ ରାଉଣ୍ଡରେ ୧୦, ୫୩୨ଭୋଟ୍‌ରେ ଆଗରେ ରହିଛି।

Related story