ଠିକଣା ବଦଳାଉଛି ତଦନ୍ତ, କଣ୍ଟାବାଞ୍ଜି ମୁହାଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ବଲାଙ୍ଗିର(ସସ୍ମିତା ସାହୁ): ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ଚତୁର୍ଥ ଦିନ।  ଚତୁର୍ଥ ଦିନରେ ବଦଳିଛି, ତଦନ୍ତର ସ୍ଥାନ।  ଆଜି ସକାଳୁ କଣ୍ଟାବାଞ୍ଜୀ ମୁହାଁ ହୋଇଥିଲେ କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମ୍‌।  କିଛି ସମୟ ପି.ଡବ୍ଳୁ.ଡି. ଆଇ.ବିରେ ତଦନ୍ତ ପ୍ରକ୍ରିୟା ଜାରି ରଖିବା ପରେ ହଠାତ୍ ସକାଳ ୮ ଟାରେ, ପୁରୀ- ଦୁର୍ଗ ଏକ୍ସପ୍ରେସ୍‌ ଯୋଗେ ରାୟପୁର ଅଭିମୁଖେ ବାହାରିଥିଲେ କ୍ରାଇମବ୍ରାଞ୍ଚ ଆଇ.ଜି। ଅନୁମାନ କରାଯାଉଛି, ସେହିଠାରୁ ହିଁ ପୁଞ୍ଜିଲାଲଙ୍କୁ […]

v6

Rakesh Mallick
  • Published: Saturday, 05 May 2018
  • , Updated: 05 May 2018, 07:38 PM IST

ବଲାଙ୍ଗିର(ସସ୍ମିତା ସାହୁ): ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ଚତୁର୍ଥ ଦିନ।  ଚତୁର୍ଥ ଦିନରେ ବଦଳିଛି, ତଦନ୍ତର ସ୍ଥାନ।  ଆଜି ସକାଳୁ କଣ୍ଟାବାଞ୍ଜୀ ମୁହାଁ ହୋଇଥିଲେ କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମ୍‌।  କିଛି ସମୟ ପି.ଡବ୍ଳୁ.ଡି. ଆଇ.ବିରେ ତଦନ୍ତ ପ୍ରକ୍ରିୟା ଜାରି ରଖିବା ପରେ ହଠାତ୍ ସକାଳ ୮ ଟାରେ, ପୁରୀ- ଦୁର୍ଗ ଏକ୍ସପ୍ରେସ୍‌ ଯୋଗେ ରାୟପୁର ଅଭିମୁଖେ ବାହାରିଥିଲେ କ୍ରାଇମବ୍ରାଞ୍ଚ ଆଇ.ଜି।

ଅନୁମାନ କରାଯାଉଛି, ସେହିଠାରୁ ହିଁ ପୁଞ୍ଜିଲାଲଙ୍କୁ ରାୟପୁର ନେଇଥିଲା ଏସ୍.ଆଇ.ଟି।  କିନ୍ତୁ ଅନ୍ୟପଟେ ଗତକାଲି ପୁଞ୍ଜିଲାଲଙ୍କ ଘର ଖାନତଲାସି କରିବା ସହିତ ଟିଟିଲାଗଡ ଜି.ଆର.ପି ଥାନା ଅଧିକାରୀଙ୍କୁ ପଚରା ଉଚୁରା କରାଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତର ସାମ୍ନା ହୋଇଥିବା ଲୋକଙ୍କ ପାଖରୁ ଜଣାପଡୁଛି, ଅଭିଯୁକ୍ତ ପୁଞ୍ଜିଲାଲ ଏବେ ପଶ୍ଚାତାପ କରୁଛନ୍ତି।

ଏଇ କଥାକୁ ସୂଚାଉଛି କାଲିର ଘଟଣା। ଗତକାଲି ସଂନ୍ଧ୍ୟା ସାତଟାରେ ହଠାତ ପାଟଣାଗଡ କେନ୍ଦୁଲିଫ୍‌ ଆଇ.ବିରେ ପହଞ୍ଚିଥିଲେ ଟିଟିଲାଗଡ ଜି.ଆର୍.ପି ଥାନା ଅଧିକାରୀ ମୋହନ ନାଏକ।  କ୍ରାଇମବ୍ରାଞ୍ଚର ଡାକରାରେ ଆସି, ତଦନ୍ତର ସାମ୍ନା କରିଥିଲେ ନାଏକ।  ପାଖାପାଖି ଗୋଟିଏ ଘଣ୍ଟାର ଛାନଭିନ୍‌ ପରେ, ବାହାରକୁ ଆସିଥିଲେ ନାଏକ। ତାଙ୍କୁ ଦେଖି ଘେରିଯାଇଥିଲେ, ଗଣମାଧ୍ୟମ ପ୍ରତିନିଧି।  ଚାରିପଟୁ ପ୍ରଶ୍ନବାଣ ଛୁଟିଥିଲା- “କଣ ପାଇଁ ଆପଣଙ୍କୁ ଡକାଯାଇଥିଲା ? କଣ କଣ ସବୁ ପଚାରିଥିଲେ ତଦନ୍ତକାରୀ ଅଧିକାରୀ ? ପୁଞ୍ଜିଲାଲ ସହିତ ଦେଖା ହେଲାକି ?” ଏମିତି କେତେ କ’ଣ। ଏସବୁ ପ୍ରଶ୍ନର ସିଧା ସିଧା ଉତ୍ତର ଦେଇଥିଲେ ମୋହନ ।  ସେ କହିଥିଲେ -  “ମୁଁ ବି ପୁଞ୍ଜିଲାଲଙ୍କୁ ପଚାରିଲି ତୁମେ ଏମିତି କାହିଁକି କଲ ? ସେ କହିଲା, କରୁ କରୁ କରିଦେଇଛି । ଏବେ ଅନୁତାପ କରୁଛି।’’

ଗତକାଲି ଦିନ ତମାମ ପାଟଣାଗଡରେ ଜାଗା ଜାଗାରେ ତଦନ୍ତ କରିଥିଲେ ଆଇ.ଜି ଅରୁଣ ବୋଥ୍ରା।  ଏପରିକି ପୁଣିଥରେ, ପୁଞ୍ଜିଲାଲର ଘରକୁ  ଜଣେ ମହିଳା ପୋଲିସ ସହ ଯାଇ ପୁଞ୍ଜିଲାଲର ସ୍ତ୍ରୀକୁ ଦୀର୍ଘ ସମୟ ଧରି ଜେରା କରାଯାଇଥିଲା।  ପୁଞ୍ଜିଲାଲ ସବୁ କଥା ମାନିଯାଇଥିବା ବେଳେ, ସେ କଣ କହୁଛନ୍ତି ? ଏପରି ଅନେକ ପ୍ରଶ୍ନ ପୁଞ୍ଜିଲାଲର ସ୍ତ୍ରୀକୁ ପଚାରିଥିଲେ ଆଇ.ଜି।  ଏପରିକି ସତ କଥା ନ କହିଲେ, ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଆଇ.ଜି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପୁଞ୍ଜିଲାଲଙ୍କ ପତ୍ନୀ।

Related story