୧.୬୬ ଲକ୍ଷ ଟଙ୍କା ଡିଲ୍‌ କରି ଫସିଗଲେ ଡିଏଫ୍‌ଓ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ୧.୬୬ ଲକ୍ଷ ଟଙ୍କା ଡିଲ୍‌ କରି ବନ୍ଧାହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁଲିଫ ଡିଏଫ୍‌ଓ ପ୍ରଣବ କୁମାର ମହାନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି। ବିଭାଗୀୟ ରେଞ୍ଜରଙ୍କଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। କେନ୍ଦୁପତ୍ର ଫଡିଘର ମରାମତି ପାଇଁ ୧୦ ଲକ୍ଷ ୩୭ ଟଙ୍କା ମଞ୍ଜୁରି କରାଯାଇଥିଲା। ଏଥିରୁ ପିସି ବାବଦକୁ ୧ ଲକ୍ଷ ୬୬ ହଜାର ଟଙ୍କା ପାଟଣାଗଡ଼ କେନ୍ଦୁଲିଫ […]

dfo

Manoranjan Sial
  • Published: Wednesday, 10 June 2020
  • , Updated: 10 June 2020, 04:08 PM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ୧.୬୬ ଲକ୍ଷ ଟଙ୍କା ଡିଲ୍‌ କରି ବନ୍ଧାହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁଲିଫ ଡିଏଫ୍‌ଓ ପ୍ରଣବ କୁମାର ମହାନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି। ବିଭାଗୀୟ ରେଞ୍ଜରଙ୍କଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବା ଅଭିଯୋଗ ହୋଇଛି।

କେନ୍ଦୁପତ୍ର ଫଡିଘର ମରାମତି ପାଇଁ ୧୦ ଲକ୍ଷ ୩୭ ଟଙ୍କା ମଞ୍ଜୁରି କରାଯାଇଥିଲା। ଏଥିରୁ ପିସି ବାବଦକୁ ୧ ଲକ୍ଷ ୬୬ ହଜାର ଟଙ୍କା ପାଟଣାଗଡ଼ କେନ୍ଦୁଲିଫ DFO ପ୍ରଣବ କୁମାର ମହାନ୍ତି ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ବିଭାଗୀୟ ଅଧିକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଲାଞ୍ଚ ବାବଦକୁ ଅର୍ଥ ପ୍ରଦାନ କଲା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗରଫ କରିଥିଲେ। ଏପରିକି ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଥିଲେ।

ସୂଚନାରୁ ପ୍ରକାଶ, ଦୀର୍ଘଦିନରୁ ଏହି କାରବାର ଚାଲିଥିଲା। ସେଥିପାଇଁ ଭିଜିଲାନ୍ସ ରାଡାର ଥିଲେ ପ୍ରବଣ କୁମାର ମହାନ୍ତି। ତାଙ୍କୁ ରଙ୍ଗେ ହାତରେ ଧରିବା ପାଇଁ ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲାର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ତେବେ ଆଜି ଲାଞ୍ଚ ଟଙ୍କା କରାବାର ହେବ ବୋଲି ଜଣାପଡ଼ିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

Related story