ବିଧାୟକ ଦଳ ସହ ବୈଠକ କଲେ ପିସିସି ପ୍ରଭାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଓଡ଼ିଶା ପିସିସି ପ୍ରଭାରୀ ଏ. ଚେଲ୍ଲାକୁମାର ଆଜି କଂଗ୍ରେସ ବିଧାୟକ ଦଳ ସହ ବୈଠକ କରିଛନ୍ତି। ଏହାପୂର୍ବରୁ ତାଙ୍କୁ ପୂର୍ବାହ୍ନରେ କଂଗ୍ରେସ ଭବନରେ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା। ନବନିଯୁକ୍ତ ପିସିସି ପ୍ରଭାରୀ ଶ୍ରୀ ଚେଲ୍ଲାକୁମାର ଆଜି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାସଭବରେ ଦଳୀୟ ବିଧାୟକମାନଙ୍କୁ ଭେଟି ପ୍ରାୟ ଏକ ଘଣ୍ଟା ଧରି ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ […]

congress

congress

Manoranjan Sial
  • Published: Wednesday, 07 October 2020
  • Updated: 07 October 2020, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଓଡ଼ିଶା ପିସିସି ପ୍ରଭାରୀ ଏ. ଚେଲ୍ଲାକୁମାର ଆଜି କଂଗ୍ରେସ ବିଧାୟକ ଦଳ ସହ ବୈଠକ କରିଛନ୍ତି। ଏହାପୂର୍ବରୁ ତାଙ୍କୁ ପୂର୍ବାହ୍ନରେ କଂଗ୍ରେସ ଭବନରେ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା।

ନବନିଯୁକ୍ତ ପିସିସି ପ୍ରଭାରୀ ଶ୍ରୀ ଚେଲ୍ଲାକୁମାର ଆଜି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାସଭବରେ ଦଳୀୟ ବିଧାୟକମାନଙ୍କୁ ଭେଟି ପ୍ରାୟ ଏକ ଘଣ୍ଟା ଧରି ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ଆଜି କଂଗ୍ରେସ ଭବନ ପରିସରରେ ତାଙ୍କୁ ପିସିସି ପକ୍ଷରୁ ସ୍ୱାଗତ କରିବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଦଳର ସବୁ ଗୋଷ୍ଠୀର ନେତାମାନେ ଉପସ୍ଥିତ ଥିଲେ। ଚେଲ୍ଲାକୁମାର ଦଳୀୟ ନେତାମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, କଂଗ୍ରେସର ନେତୃବର୍ଗ ନିଜ ନିଜ ଭିତରେ ମତପାର୍ଥକ୍ୟକୁ ଭୁଲି ଏକଜୁଟ ହୋଇ କାମକଲେ ରାଜ୍ୟରେ ଓ ଦେଶରେ କଂଗ୍ରେସ ଶାସନ ଫେରିପାଇବ।

ଓଡ଼ିଶାର ସଂଗଠନକୁ ସୁଦୃଢ଼ କରିବା ପାଇଁ ସକ୍ରିୟତାର ସହ ଅପୂର୍ବ ସୁଯୋଗକୁ ସଠିକ୍ ରୂପେ ନିର୍ବାହ କରିବାକୁ ସେ ପରାମର୍ଶ ଦେଇଥିଲେ। ଦଳର ବରିଷ୍ଠ ନେତା ଯଥା- ଭକ୍ତ ଚରଣ ଦାସ, ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀ, ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ସପ୍ତଗିରୀ ଉଲ୍ଲାକା, ବିଧାୟକ ସୁରେଶ କୁମାର ରାଉତରା, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହି ଯଥାଶୀଘ୍ର ପିସିସି କମିଟି ପୁନଃଗଠନ ନିମନ୍ତେ ଅନୁରୋଧ କରିବା ସହ ଭବିଷ୍ୟତରେ କଂଗ୍ରେସ ସଂଗଠନ ରାଜ୍ୟରେ କିଭଳି ସୁଦୃଢ଼ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ସେହିପରିଏହି ସମ୍ବର୍ଦ୍ଧନା ସଭାରେ ଦଳର ପୂର୍ବତନ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କ ସମେତ ବିଧାୟକ ଓ ସାଂସଦ ପ୍ରାର୍ଥୀ, ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଅପରାହ୍ନରେ ଶ୍ରୀ ଚେଲ୍ଲାକୁମାର ବରିଷ୍ଠ ନେତାମାନଙ୍କୁ ୱାନଟୁୱାନ୍ ଭେଟି ରାଜ୍ୟରେ ସଂଗଠନକୁ ସକ୍ରିୟ ଓ ସୁଦୃଢ଼ କରିବା ଉପରେ ବିଚାର ବିମର୍ଶ କରିଥିଲେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story