‘ବିଜେଡି’ର ନାଁ ବଦଳାଇ ଦିଅ, ସେଠି ଆଉ ବିଜୁଙ୍କ ଲୋକ ନାହାନ୍ତି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ କଂଗ୍ରେସ ଓ ବିଜେପି ପକ୍ଷରୁ ବିଜେଡିକୁ ବିଭିନ୍ନ ପ୍ରକାରେ ସମାଲୋଚନା କରାଯାଉଛି।

ଗତକାଲି ବିଜେପି ନେତା ଜୟରାମୀ ପାଙ୍ଗୀ କହିଥିଲେ ଯେ ‘ବିଜେଡି’ ଆଉ ‘ବିଜେଡି’ ହୋଇ ରହିନାହିଁ। ଏହାକୁ ଏବେ ‘ପିଜେଡି’ (ପାଣ୍ଡିଆନ୍ ଜନତା ଦଳ ବା ବେପାରୀ ଜନତା ଦଳ) କହିଲେ ଭଲ ହୁଅନ୍ତା।

ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କହିଛନ୍ତି ‘ବିଜେଡି’ ତା ନାଁ ବଦଳାଇ ଦେଲେ ଭଲ ହେବ।
ସେ କହିଛନ୍ତି,“୧୮ ବର୍ଷ ଧରି ବିଜୁ ପଟ୍ଟନାୟକଙ୍କ ନାଁ ଧରି ବିଜେଡି ବଞ୍ଚିଛି। ସେ ଦଳରେ ଏବେ ଆଉ ବିଜୁ ବାବୁଙ୍କ ଲୋକ କେହି ନାହାନ୍ତି। ଏବେ ବିଜୁଙ୍କ ନାଁ ବଦଳାଇ ନବୀନ ରଖିଲେ ଭଲ ହେବ।”

ସେ ଆହୁରି କହିଛନ୍ତି, “ମନ୍ତ୍ରୀ ସୂର୍ଯ୍ୟ ପାତ୍ର ସମବାୟ ବିଭାଗରେ ଦୁର୍ନୀତି ହୋଇଛି ବୋଲି ବିଧାନସଭାରେ ସ୍ୱୀକାର କରିଛନ୍ତି ନା ନାହିଁ? ସେହିପରି ପ୍ରଦୀପ ମହାରଥୀ କୃଷି ବିଭାଗରେ ଦୁର୍ନୀତି ହୋଇଛି ବୋଲି ମାନିଛନ୍ତି ନା ନାହିଁ? କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ଅସତ୍ୟ ଓ ହାସ୍ୟାସ୍ପଦ କହୁଛନ୍ତି। ତା’ମାନେ ମୁଖ୍ୟମନ୍ତ୍ରୀ ଏହି ଦୁର୍ନୀତିରେ ସଂପୃକ୍ତ ଅଥବା ସେ ଘଣ୍ଟ ଘୋଡ଼ାଉଛନ୍ତି।”

Ordigital Desk
• Published: Saturday, 15 September 2018
• Updated: 15 September 2018, 08:19 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ କଂଗ୍ରେସ ଓ ବିଜେପି ପକ୍ଷରୁ ବିଜେଡିକୁ ବିଭିନ୍ନ ପ୍ରକାରେ ସମାଲୋଚନା କରାଯାଉଛି।

ଗତକାଲି ବିଜେପି ନେତା ଜୟରାମୀ ପାଙ୍ଗୀ କହିଥିଲେ ଯେ ‘ବିଜେଡି’ ଆଉ ‘ବିଜେଡି’ ହୋଇ ରହିନାହିଁ। ଏହାକୁ ଏବେ ‘ପିଜେଡି’ (ପାଣ୍ଡିଆନ୍ ଜନତା ଦଳ ବା ବେପାରୀ ଜନତା ଦଳ) କହିଲେ ଭଲ ହୁଅନ୍ତା।

ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କହିଛନ୍ତି ‘ବିଜେଡି’ ତା ନାଁ ବଦଳାଇ ଦେଲେ ଭଲ ହେବ।
ସେ କହିଛନ୍ତି,“୧୮ ବର୍ଷ ଧରି ବିଜୁ ପଟ୍ଟନାୟକଙ୍କ ନାଁ ଧରି ବିଜେଡି ବଞ୍ଚିଛି। ସେ ଦଳରେ ଏବେ ଆଉ ବିଜୁ ବାବୁଙ୍କ ଲୋକ କେହି ନାହାନ୍ତି। ଏବେ ବିଜୁଙ୍କ ନାଁ ବଦଳାଇ ନବୀନ ରଖିଲେ ଭଲ ହେବ।”

ସେ ଆହୁରି କହିଛନ୍ତି, “ମନ୍ତ୍ରୀ ସୂର୍ଯ୍ୟ ପାତ୍ର ସମବାୟ ବିଭାଗରେ ଦୁର୍ନୀତି ହୋଇଛି ବୋଲି ବିଧାନସଭାରେ ସ୍ୱୀକାର କରିଛନ୍ତି ନା ନାହିଁ? ସେହିପରି ପ୍ରଦୀପ ମହାରଥୀ କୃଷି ବିଭାଗରେ ଦୁର୍ନୀତି ହୋଇଛି ବୋଲି ମାନିଛନ୍ତି ନା ନାହିଁ? କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ଅସତ୍ୟ ଓ ହାସ୍ୟାସ୍ପଦ କହୁଛନ୍ତି। ତା’ମାନେ ମୁଖ୍ୟମନ୍ତ୍ରୀ ଏହି ଦୁର୍ନୀତିରେ ସଂପୃକ୍ତ ଅଥବା ସେ ଘଣ୍ଟ ଘୋଡ଼ାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos