ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ, ତୈଳଦର ଲିଟର ପିଛା ୧୦ଟଙ୍କା କମାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳଦର ବୃଦ୍ଧି ଯୋଗୁ ଦରଦାମ ବୃଦ୍ଧି ପାଉଛି। ସାଧାରଣ ଲୋକଙ୍କୁ ଖୁବ୍ ବାଧୁଛି। ତେଣୁ ତୈଳଦର ଲିଟର ପିଛା ୧୦ଟଙ୍କା ହ୍ରାସ କରି ରାଜ୍ୟର ଖାଉଟିଙ୍କୁ କଷ୍ଟରୁ ମୁକ୍ତି ଦିଅନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଛନ୍ତି। ତୈଳ ଦର ହ୍ରାସ ନହେଲେ ଫେବୃୟାରୀ ୧୫ତାରିଖରେ କଂଗ୍ରେସ ପକ୍ଷରୁ ‘ଓଡ଼ିଶା ବନ୍ଦ’ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ପିସିସି […]

niranjan

niranjan

Manoranjan Sial
  • Published: Monday, 01 February 2021
  • Updated: 01 February 2021, 10:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳଦର ବୃଦ୍ଧି ଯୋଗୁ ଦରଦାମ ବୃଦ୍ଧି ପାଉଛି। ସାଧାରଣ ଲୋକଙ୍କୁ ଖୁବ୍ ବାଧୁଛି। ତେଣୁ ତୈଳଦର ଲିଟର ପିଛା ୧୦ଟଙ୍କା ହ୍ରାସ କରି ରାଜ୍ୟର ଖାଉଟିଙ୍କୁ କଷ୍ଟରୁ ମୁକ୍ତି ଦିଅନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଛନ୍ତି। ତୈଳ ଦର ହ୍ରାସ ନହେଲେ ଫେବୃୟାରୀ ୧୫ତାରିଖରେ କଂଗ୍ରେସ ପକ୍ଷରୁ ‘ଓଡ଼ିଶା ବନ୍ଦ’ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷାରେ ଚିଠି ଲେଖି କହିଛନ୍ତି ଯେ, ୟୁପିଏ -୧ ଓ ୨ ସମୟରେ ଆର୍ନ୍ତଜାତିକସ୍ତରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ରୁ ୧୩୦ ଡଲାର ଥିଲାବେଳେ ପେଟ୍ରୋଲ ଓ ଡିଜେଲ ଦର ସବୁବେଳେ ଲିଟର ପିଛା ୮୦ ଟଙ୍କା ତଳକୁ ରହୁଥିଲା। ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୫୦ ଡଲାରକୁ ଖସି ଆସିଥିବାବେଳେ ପେଟ୍ରୋଲ ଓ ଡିଜେଲ ଦର ୯୦ ଟଙ୍କାକୁ ଛୁଇଁଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ କହୁଥିଲେ, ଯେଉଁମାନେ ତେଲ ଦର ବଢାଉଛନ୍ତି ସେମାନେ ଦେଶଦ୍ରୋହୀ। ଏବେ କେଉଁମାନେ ଦେଶଦ୍ରୋହୀ। ଠିକ୍ ସେମିତି ସେତେବେଳେ ତୈଳ ବୃଦ୍ଧିକୁ ନେଇ ବିଜେଡି ନାନାଦି ପ୍ରକାର ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏବେ କାହିଁକି ଚୁପ୍ ହୋଇ ବସିଛନ୍ତି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯଦି ଦର କମାଇଲେ ରାଜସ୍ୱ ହାନି ହେବ ବୋଲି ବିଜେଡି ସରକାର ଯଦି ଭାବୁଥାନ୍ତି, ତେବେ ଜିଏସଟି ବାବଦରୁ ପାଉଥିବା ଅର୍ଥରେ ସେହି ରାଜସ୍ୱ ନିଅଂଟ ଭରଣା ହୋଇପାରିବ। ଅନ୍ୟପକ୍ଷରେ ଆମ ରାଜ୍ୟ ଦେଇ ପ୍ରତିଦିନ ପଡ଼ୋଶୀ ରାଜ୍ୟର ବହୁ ଯାନ, ଭାରିଯାନ ଯା’ ଆସ କରୁଛନ୍ତି। ତୈଳ ଦର କମ୍ ରହିଲେ ସେହି ଯାନଗୁଡିକ ଆମ ରାଜ୍ୟରୁ ତୈଳ ସଂଗ୍ରହ କରିବେ। ଫଳରେ ସରକାର ଦେଉଥିବା ରିହାତି ଏହି ତୈଳ ବିକ୍ରିରୁ ଭରଣା କରିପାରିବେ ଏଣୁ ଅଧିକ ଜିଏସ୍‌ଟି ଆସିବା ଫଳରେ ରାଜସ୍ୱ ହାନିର ଆଶଙ୍କା ରହିବ ନାହିଁ। କେନ୍ଦ୍ର ସରକାର ତୈଳ ଉପରେ ନେଉଥିବା ଲିଟର ପିଛା ୩୪-୩୫ ଟଙ୍କା ଟିକସକୁ କମାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚାପ ପକାଇବା ସହ ଜିଏସ୍‌ଟି ବାବଦରେ ରାଜ୍ୟ ସରକାର ପାଉଥିବା ୧୭ ଟଙ୍କାରୁ ମଧ୍ୟ ୧୦ ଟଙ୍କା କମାନ୍ତୁ। ଯଦି ସରକାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକଲେ, କଂଗ୍ରେସ ଆଗାମୀ ୧୫ ତାରିଖ ଦିନ ‘ଓଡ଼ିଶା ବନ୍ଦ’ ଡାକରା ଦେବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story