ବିଜେପି ସହ ଅଛି ବିଜେଡି, ଅସଲରୂପ ଧରାପଡ଼ିଲା: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାପରେ ବିଜେଡିର ଅସଲରୂପ ଧରାପଡ଼ିଛି। ବିଜେଡି ଦଳ ସମୂହ ଭାବରେ ବିଜେପି ସହିତ ଅଛନ୍ତି। ବିଜେପି ନିର୍ଦ୍ଦେଶରେ ହିଁ ବିଜେଡି ଚାଲିଛି ଓ ଓଡିଶାରେ ବିଜେଡି–ବିଜେପି ଦଳ ଏକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅତୀତରେ ବିମୁଦ୍ରୀକରଣ, ରାଜ୍ୟସଭା ନିର୍ବାଚନ ଆଦି ଅନେକ କ୍ଷେତ୍ରରେ ବିଜେପିକୁ ସମର୍ଥନ କରି ଆସୁଥିଲେ ଓ ସମଦୂରତା […]

niranjan-patnaik

niranjan-patnaik

Tapas Behera
  • Published: Monday, 14 September 2020
  • Updated: 14 September 2020, 09:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାପରେ ବିଜେଡିର ଅସଲରୂପ ଧରାପଡ଼ିଛି। ବିଜେଡି ଦଳ ସମୂହ ଭାବରେ ବିଜେପି ସହିତ ଅଛନ୍ତି। ବିଜେପି ନିର୍ଦ୍ଦେଶରେ ହିଁ ବିଜେଡି ଚାଲିଛି ଓ ଓଡିଶାରେ ବିଜେଡି–ବିଜେପି ଦଳ ଏକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅତୀତରେ ବିମୁଦ୍ରୀକରଣ, ରାଜ୍ୟସଭା ନିର୍ବାଚନ ଆଦି ଅନେକ କ୍ଷେତ୍ରରେ ବିଜେପିକୁ ସମର୍ଥନ କରି ଆସୁଥିଲେ ଓ ସମଦୂରତା କଥା କହୁଥିଲେ। କିନ୍ତୁ ବାସ୍ତବରେ ବିଜେପି ସହ ବିଜେଡି ଅଛି। ସେହିପରି ଅନ୍ୟ ଏକ ପ୍ରସଙ୍ଗରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଯଦି ସରକାରଙ୍କ ସଦ୍‌ବୁଦ୍ଧି ଅଛି ଓ ଓଡିଶାର ସ୍ୱାର୍ଥ ଚାହୁଁଛନ୍ତି, ତା’ହେଲେ ନୀଳାଚଳ ଇସ୍ପାତ ନିଗମ ଓ ବଡବିଲ୍ ଆଇରନ୍ ୱାର୍କସ୍ ଯାହାକୁ କି ବିଜୁ ପଟ୍ଟନାୟକ ତିଆରି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସରକାରଙ୍କୁ ବିକ୍ରି କରି ଦେଇଥିଲେ, ବର୍ତ୍ତମାନ ତାହା ବଡ଼ ଦୁରାବସ୍ଥାରେ ଅଛି। ଓଏମ୍‌ସି ପାଖରେ ଯଥେଷ୍ଟ କଂଚାମାଲ୍ ଅଛି ଏବଂ କ୍ଷତି ହେବାର କୌଣସି ସମ୍ଭାବନା ନାହିଁ। ନୀଳାଚଳ ପାଖରେ ଦୈତାରୀ ମାଇନସ ଅଛି। ଏଣୁ ଏ ଦୁଇଟିଯାକ କାରଖାନାକୁ ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟ ସରକାର ନିଜ ଅଧିନରେ ରଖନ୍ତୁ। ଓଏମସି ହେଉ ବା ଅନ୍ୟ ଲାଭଜନକ ସଂସ୍ଥା ସହ ଯୋଡ଼ି ସରକାର ତାକୁ ନିଜ ଅଧୀନରେ ରଖନ୍ତୁ। ତା’ ନକରି ଯଦି ଅନ୍ୟ କାହାକୁ ଦେବେ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା କରୁଥାନ୍ତି ତେବେ ଏହା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ଗୋଟିଏ ଅପରାଧ ହେବ। ଓଡ଼ିଶାର ଅଧିକ ଉପାର୍ଜନ ପାଇଁ ଯେଉଁ ସବୁ ସୁଯୋଗ ଅଛି ତାହାକୁ ସରକାର ହରାନ୍ତୁ ନାହିଁ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେହିପରି ଯେଉଁ ଭଲ ଭଲ ଲୁହାପଥର ଖଣି ରାଜ୍ୟରେ ଅଛି, ଏବେ ସୁଦ୍ଧା ନିଲାମ ହୋଇନାହିଁ, ସେସବୁକୁ ଓଏମସି ଅଧିନରେ ରଖିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରନ୍ତୁ। ଏହା ଓଡ଼ିଶାର ଭବିଷ୍ୟତ ପାଇଁ ନିତାନ୍ତ ଆବଶ୍ୟକ। କେବଳ କଂଚାମାଲ୍ ବିଶେଷ କରି ଆଇରନ୍‌, ମାଙ୍ଗାନିଜ୍‌, ବକ୍ସାଇଟ୍ ଓ କ୍ରୋମାଇଟ୍ ଦ୍ୱାରା ହିଁ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ସମ୍ଭବ। ତେଣୁ ତାକୁ ଓଡ଼ିିଶା ସରକାର ହାତଛଡା କରନ୍ତୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story