ରଥଯାତ୍ରା କେମିତି ହୋଇପାରିଥାନ୍ତା କହିଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରଥଯାତ୍ରାକୁ ନେଇ ରାଜ୍ୟ ସରକାର ବିଳମ୍ବରେ ନିଷ୍ପତ୍ତି ନେଲେ। କରୋନା ଯୋଗୁ ନିଷ୍ପତ୍ତି ନେବାକୁ ଭୟ କଲେ ରାଜ୍ୟ ସରକାର। ଯାହା ଫଳରେ କଳାପାହାଡ଼ ଭଳି ଇତିହାସ ପୁଣି ଥରେ ସୃଷ୍ଟି ହେଲା । ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରଥଯାତ୍ରା ହେଲେ କରୋନା ବ୍ୟାପିବା ଆଶଙ୍କା କରି ରାଜ୍ୟ ସରକାର ଚୁପ୍ ରହିଲେ। ତେଣୁ ସୁପ୍ରିମକୋର୍ଟଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିଲା । ବର୍ତ୍ତମାନ […]

niranjana

Tapas Behera
  • Published: Saturday, 20 June 2020
  • , Updated: 20 June 2020, 05:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରଥଯାତ୍ରାକୁ ନେଇ ରାଜ୍ୟ ସରକାର ବିଳମ୍ବରେ ନିଷ୍ପତ୍ତି ନେଲେ। କରୋନା ଯୋଗୁ ନିଷ୍ପତ୍ତି ନେବାକୁ ଭୟ କଲେ ରାଜ୍ୟ ସରକାର। ଯାହା ଫଳରେ କଳାପାହାଡ଼ ଭଳି ଇତିହାସ ପୁଣି ଥରେ ସୃଷ୍ଟି ହେଲା ।

ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରଥଯାତ୍ରା ହେଲେ କରୋନା ବ୍ୟାପିବା ଆଶଙ୍କା କରି ରାଜ୍ୟ ସରକାର ଚୁପ୍ ରହିଲେ। ତେଣୁ ସୁପ୍ରିମକୋର୍ଟଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିଲା । ବର୍ତ୍ତମାନ ଲୋକେ ଘରୁ ବାହାରୁ ନାହାନ୍ତି, ବସ୍‌ରେ ଯାତ୍ରୀ ହେଉନାହାନ୍ତି । ଯଦି ସ୍ନାନ ଭଳି ରଥଯାତ୍ରା କରାଇପାରିଥାନ୍ତେ ତାହେଲେ ବିନା ଭକ୍ତରେ ରଥଯାତ୍ରା ସମ୍ଭବ ଥିଲା । ସେପଟେ ସୁପ୍ରିମକୋର୍ଟଙ୍କ ଉପରେ ଏବେ ନଜର ରହିଛି । ମୋଡିଫିକେସନ୍ ଆବେଦନ ଉପରେ ଯାହା ରାୟ ଦେବେ ସେ ନେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇ।  ତେବେ ଟିଭିରେ ଭକ୍ତ ରଥଯାତ୍ରା ଦେଖିବାକୁ ଚାହୁଁଥିଲେ । ତେଣୁ ଏବେ ନିରାଶ ହେବା ସ୍ୱାଭାବିକ ।

ସେପଟେ ରଥଯାତ୍ରା ପ୍ରସଙ୍ଗକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।  ସିଂହଦ୍ୱାର ସମ୍ମୁଖରେ ବନ୍ଦେ ଉତ୍କଳ ଜନନୀ ଗାଇବା ବେଳେ ଲୋକଙ୍କ ଗହଳିକୁ ଭୁଲି ଗଲେ ସରକାର।  କିନ୍ତୁ ଏବେ ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟ ସରକାର କାହିଁକି ଚୁପ୍ ରହିଲେ  । ପରିଚାଳନା କମିଟି ନିଷ୍ପତ୍ତିକୁ ଅଣଦେଖା କାହିଁକି କରାଗଲା ବୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି  । ସ୍ନାନ ଭଳି ରଥଯାତ୍ରା କରାଯାଉ, ସରକାର ଏନେଇ ସୁପ୍ରିମକୋର୍ଟରେ ପୁଣି ଥରେ ଆବେଦନ କରନ୍ତୁ ବୋଲି ସୁର ଦାବି ରଖିଛନ୍ତି।

Related story