ହାଇକୋର୍ଟରେ ହାତୀ ସୁରକ୍ଷା ସମ୍ପର୍କିତ ସତ୍ୟପାଠ ଦାଖଲ କଲେ ସିସିଏଫ୍‌

କଟକ (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ମହଲରେ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ହାତୀ ସୁରକ୍ଷା ନେଇ ଓଡିଶା ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି ଚାଲିଥିଲେ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ CCF (Chief Conservator of Forests)ଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିଲା। ହାତୀ ସୁରକ୍ଷା ପାଇଁ ୧୦ ସୁତ୍ରୀ ଯୋଜନା ପ୍ରସ୍ତୁତ ହୋଇଥିବା ନେଇ […]

highcourt

  • Published: Wednesday, 18 January 2023
  • , Updated: 18 January 2023, 03:51 PM IST

କଟକ (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ମହଲରେ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ହାତୀ ସୁରକ୍ଷା ନେଇ ଓଡିଶା ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି ଚାଲିଥିଲେ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ CCF (Chief Conservator of Forests)ଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିଲା। ହାତୀ ସୁରକ୍ଷା ପାଇଁ ୧୦ ସୁତ୍ରୀ ଯୋଜନା ପ୍ରସ୍ତୁତ ହୋଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ।

ପ୍ରସ୍ତୁତ ହୋଇଥିବା ୧୦ ସୁତ୍ରୀ ଯୋଜନା ଦୁଇ ସପ୍ତାହ ମଧ୍ୟରେ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅନୁମୋଦନ ମିଳିବା ପରେ ମାସେ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୩ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବାରୁ ଖାଦ୍ୟ ଅନ୍ୟୋଷଣରେ ହାତୀମାନେ ଗ୍ରାମାଭିମୁଖୀ ହେଉଛନ୍ତି। ଯେଉଁଥିପାଇଁ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ହେଉଛି। କେତେବେଳେ ହାତୀ ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର ମୃତ୍ୟୁ ହେଉଛି।

Related story