ଜାତୀୟ ପତାକାରେ ଟେବୁଲ ଓ ଚେୟାର ପୋଛିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

କୋଣାର୍କ (ସଞ୍ଜୟ ପତି): ଦେଶର ଗୌରବ ବହନ କରୁଥିବା ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ଜାତୀୟ ପତାକାରେ ଚେୟାର ଓ ଟେବୁଲ୍‌ ପୋଛା ଯାଉଛି। ଖୋଦ୍‌ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏପରି କାର୍ଯ୍ୟ କରୁଥିବାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରି ଅଭିଯୋଗ ପୁରୀ ଜିଲ୍ଲା ଗୋପ ବ୍ଲକ ଅଞ୍ଚଳରୁ ଆସିଛି। ଭିଡିଓ ଭାଇରାଲ୍‌ ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୁଲ୍‌ ମାଗିଛନ୍ତି। ଗୋପ ବ୍ଲକ୍‌ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହେଉଛନ୍ତି ପ୍ରଶାନ୍ତ କୁମାର […]

Puri

  • Published: Thursday, 12 January 2023
  • , Updated: 12 January 2023, 06:36 PM IST

କୋଣାର୍କ (ସଞ୍ଜୟ ପତି): ଦେଶର ଗୌରବ ବହନ କରୁଥିବା ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ଜାତୀୟ ପତାକାରେ ଚେୟାର ଓ ଟେବୁଲ୍‌ ପୋଛା ଯାଉଛି। ଖୋଦ୍‌ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏପରି କାର୍ଯ୍ୟ କରୁଥିବାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରି ଅଭିଯୋଗ ପୁରୀ ଜିଲ୍ଲା ଗୋପ ବ୍ଲକ ଅଞ୍ଚଳରୁ ଆସିଛି। ଭିଡିଓ ଭାଇରାଲ୍‌ ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୁଲ୍‌ ମାଗିଛନ୍ତି।

ଗୋପ ବ୍ଲକ୍‌ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହେଉଛନ୍ତି ପ୍ରଶାନ୍ତ କୁମାର ସ୍ୱାଇଁ। ସେ ଜାତୀୟ ପତାକାକୁ ଅସମ୍ମାନିତ କରିଛନ୍ତି। ଜାତୀୟ ପତାକାକୁ ମୋଡି ମକଚି ଅଫିସ୍‌ ଚେୟାର ଓ ଟେବୁଲ ପୋଛିଥିଲେ। ପରେ କାନ୍ଥରେ ଲାଗିଥିବା ଅଳନ୍ଧୁ ଝାଡ଼ିବା ସହ ମୋବାଇଲ ପୋଛିବା ଭଳି ଘୃଣ୍ୟ କାର୍ଯ୍ୟ କରିଥିଲେ।

କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଏପରି ଅଭଦ୍ରୋଚିତ କର୍ଯ୍ୟର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ମୋବାଇଲରୁ ମୋବାଇଲ୍‌ ଘୂରି ବୁଲୁଛି। ଭିଡିଓ ଭାଇରାଲ୍‌ ହେବା ପରେ ଶ୍ରୀ ସ୍ୱାଇଁ କ୍ଷମା ମାଗିଛନ୍ତି।

ସେ କହିଛନ୍ତି, ବିଭିନ୍ନ କାର୍ଯ୍ୟବ୍ୟସ୍ତତା ଭିତରେ ଅନ୍ୟମସ୍କ ହୋଇ ଏପରି କରିଦେଇଛି। ମୁଁ ଜୀବନରେ ବହୁତ ବଡ଼ ଭୁଲ କରିଦେଇଛି। ଏଭଳି ଭୁଲ ଆଉ ଜୀବନରେ କେବେ କରିବି ନାହିଁ। ସେଥିପାଇଁ ହାତ ଯୋଡ଼ି ଦେଶବାସୀଙ୍କୁ କ୍ଷମା ମାଗୁଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Related story