ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ୪ ଦିନ ପରେ ବି ଘଟଣା ଉପରୁ ହଟିନି ପରଦା । ପୁଲିସ୍ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସମେତ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ସ୍ମିତାରାଣୀଙ୍କ ଏଭଳି ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ତାଙ୍କ ସହକର୍ମୀ । ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ସେମାନେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି । ପିଇଓଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି ।
ଅନ୍ୟପଟେ ଝିଅକୁ ହତ୍ୟା କରାଯାଇଛି ବୋଲି ସିଧା ଅଭିଯୋଗ କରିଛନ୍ତି ତାଙ୍କ ବାପା । ରାଜ୍ୟ ବିଜେପି ଓ କଂଗ୍ରେସର ଏକ ତଥ୍ୟ ସଂଗ୍ରହକାରୀ ଦଳ ଗତକାଲି ସ୍ମିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ବିଜେପି ନେତା ପ୍ରକାଶ ମିଶ୍ର ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଦଳ ଆନ୍ଦୋଳନ କରିବ ବୋଲି ବିଜେପି କହିଛି । ଅନ୍ୟପଟେ କଂଗ୍ରେସ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଗଛରେ ପିଟି ହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ଗଛରେ ପିଟି ହୋଇଗଲା ବାଇକ୍। ଆଉ ଦୁଇ ବାଇକ୍ ଚାଳକଙ୍କ ମଧ୍ୟରୁ ଜଣେ ଆଖି ବୁଜିଥିବା ବେଳେ ଆଉ ଜଣେ ମରଣ ସହ ସଂଘର୍ଷ କରୁଛନ୍ତି।
Science & Environment
୬ ଥିଲା ୧୨ରେ ପହଞ୍ଚିଲା; ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା
୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।
Weather
ଆଜିଠୁ ବଦଳିବ ପାଗ; କମିବ ବର୍ଷା, ବଢ଼ିବ କୁହୁଡି
କମିବ ବର୍ଷା, ବଢ଼ିବ କୁହୁଡି। ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ ସମ୍ପୂର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Politics
ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ
ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?
Miscellaneous
ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ: ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ପଞ୍ଜୀକରଣ
ପୁରୁଣା ସରକାରରେ ଅଣଚାଷୀ ଓ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା।