କମେଣ୍ଟ ମାରି ହଟହଟା: ନିର୍ଧୁମ ଛେଚା ଖାଇଲେ ଯୁବକ
- Published: Tuesday, 13 February 2018
- , Updated: 13 February 2018, 11:44 AM IST
<p>ସୋର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା କମେଣ୍ଟ ମାରିବା। ମହିଳାଙ୍କ ଠାରୁ ନିର୍ଧୁମ ଛେଚା ଖାଇଲେ ଯୁବକ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ରାସ୍ତାର ବାରିଙ୍ଗିଆ ଛକ ନିକଟରେ। ବିଷ୍ଣୁପୁର ଅଞ୍ଚଳର ଜଣେ ଯୁବକ ବାହାନାଗାରୁ ନିଜ ମଟର ସାଇକେଲରେ ଗାଁକୁ ଯିବା ବେଳେ ବାରିଙ୍ଗିଆ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଜଣେ ମହିଳା ଚାଲି ଚାଲି ଯାଉଥିଲେ। ଉକ୍ତ ମହିଳାଙ୍କୁ ଯୁବକ ଜଣକ ଅଶ୍ଳିଳ ଇଙ୍ଗିତ କରିବାରୁ ଗ୍ରାମବାସୀମାନେ ତାଙ୍କୁ ଧରି ମାଡ଼ ମାରିଥିଲେ। ଏହାସହି ମହିଳା ଜଣକ ମଧ୍ୟ ଯୁବକଙ୍କୁ ନିର୍ଧୁମ ପିଟିଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ଯୁବକଙ୍କୁ ପୋଲିସର ଜିମା ଦେଇଛନ୍ତି।</p>