ମୃତା ନାବାଳିକାଙ୍କୁ ନ୍ୟାୟ ଦେବା ପାଇଁ ରାଜପଥ ଅବରୋଧ

କଳାହାଣ୍ଡି(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଧୀନ ଘୋଟିଆ ଗାଁ  ନିକଟ ଏକ ଜଙ୍ଗଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବାର ୭ ଦିନ ପରେ ବି ଏହାକୁ ନେଇ ବିବାଦ ଥମୁନି। ଛାତ୍ରୀଜଣଙ୍କୁ ଝୁଲନ୍ତା ଅବସ୍ଥାରେ  ଉଦ୍ଧାର କରାଯାଇଥିବା ବେଳେ  ଝିଅକୁ  ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିସହ ହତ୍ୟାକାରୀକୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି।  ଏହି ଦାବିରେ ବହୁଜନ ଛାତ୍ର ସଂଗଠନ ପକ୍ଷରୁ ଆଜି ଭବାନିପାଟଣା ନକ୍ଟିଗୁଡାଠାରେ […]

strike

strike

Niharika Rout
  • Published: Monday, 22 August 2022
  • Updated: 22 August 2022, 10:01 AM IST

Sports

Latest News

କଳାହାଣ୍ଡି(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଧୀନ ଘୋଟିଆ ଗାଁ  ନିକଟ ଏକ ଜଙ୍ଗଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବାର ୭ ଦିନ ପରେ ବି ଏହାକୁ ନେଇ ବିବାଦ ଥମୁନି। ଛାତ୍ରୀଜଣଙ୍କୁ ଝୁଲନ୍ତା ଅବସ୍ଥାରେ  ଉଦ୍ଧାର କରାଯାଇଥିବା ବେଳେ  ଝିଅକୁ  ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିସହ ହତ୍ୟାକାରୀକୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି।  ଏହି ଦାବିରେ ବହୁଜନ ଛାତ୍ର ସଂଗଠନ ପକ୍ଷରୁ ଆଜି ଭବାନିପାଟଣା ନକ୍ଟିଗୁଡାଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି।

ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଆଜି ଭବାନିପାଟଣାରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରାଯାଇଛି।  ଫଳରେ ବରଗଡ/ବୋରିଗୁମ୍ମା ୨୬ ନମ୍ବର ଜାତୀୟ ଯାତାୟତ ବାଧାପ୍ରାପ୍ତ ହୋଇଛି ।

[caption id="attachment_759682" align="aligncenter" width="650"]bus ରାସ୍ତାରେ ଗାଡ଼ି ଅଟକି ରହିଛି।[/caption]

ମୃତା ଛାତ୍ରୀଜଣଜ ହେଉଛନ୍ତି ଘୋଟିଆଗାଁର ବିଭେ ନିଆଲଙ୍କ ଝିଅ କନକ ନିଆଲ। ସେ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶେଣୀର ଛାତ୍ରୀ ଥିଲେ । ଗତ ୧୬ ତାରିଖ ମଙ୍ଗଳବାର ମଧ୍ୟାହ୍ନ ଛୁଟି ସମୟରେ ସେ ବାହାରକୁ  ଯାଇ ଆଉ ଘରକୁ ଫେରି ନ ଥିଲେ । ଝିଅ ଘରକୁ ନ ଫେରିବାରୁ ପରିବାର ବହୁ ଖୋଜାଖୋଜି କଲେ ମଧ୍ୟ ଝିଅକୁ ପାଇ ନ ଥିଲେ ।

ପରେ ଗାଁ ପାଖରେ ଥିବା ଜଙ୍ଗଲର ଏକ ଗଛରେ ବେକରେ ଓଢଣୀ ଲଗାଇ  ଝୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ । ଝିଅକୁ  ହତ୍ୟା କରାଯାଇଛି ବୋଲି ଗୋଳାମୁଣ୍ଡା ଥାନାରେ ଏକ ଲିଖିତ  ଅଭିଯୋଗ କରିଥିଲେ ପରିବାର ଲୋକେ । କେହି ହତ୍ୟା କରି ଝିଅକୁ ଟାଙ୍ଗି ଦେଇଥିବା ସେମାନେ ଅଭିଯୋଗ କରିଥିଲେ। ତେବେ ପୁଲିସ୍‌ ଏହି ଘଟଣାକୁ ସୁଇସାଇଡ ରୂପ ଦେବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ ହେଊଛି।

ଘଟଣାର ତଦନ୍ତ କରି ପୁଲିସ୍‌ ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ  ହୋଇଥିବା ବେଳେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନକୁ ଜୋରଦାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story