କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଲୋକଙ୍କୁ ଭେଟୁଛନ୍ତି ସଂପର୍କୀୟ, ଖାଇବାକୁ ବି ଆଣି ଦେଉଛନ୍ତି

Ordigital Desk
  • Published: Saturday, 09 May 2020
  • , Updated: 09 May 2020, 08:19 AM IST
<p>ବ୍ରହ୍ମପୁର (ଅଶୋକ ବ୍ରହ୍ମା): ସରକାରୀ କ୍ୱାରେଣ୍ଟାଇନ୍&zwnj; ସେଣ୍ଟରରେ ସଙ୍ଗରୋଧ ନିୟମକୁ ଫୁ&rsquo;। ପୁଣି ଏମିତି ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋଠଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରୁ। ଏହି କ୍ୱାରେଣ୍ଟାଇନ୍&zwnj; ସେଣ୍ଟରରେ ସୁରତ ଫେରନ୍ତା ରହିଛନ୍ତି। ହେଲେ ସେମାନଙ୍କ ପରିବାର ଲୋକେ ଆସି ସେମାନଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି। ଖାଲି ଭେଟୁନାହାନ୍ତି, ଖାଦ୍ୟ ପୁଡ଼ିଆ, ପାନ ଓ ମୋବାଇଲ ଚାର୍ଜର ଆଦି ମଧ୍ୟ ଆଣି ଦେଉଛନ୍ତି। ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।</p> <p>ଅନ୍ୟପକ୍ଷରେ ଏହି କ୍ୱାରେଣ୍ଟାଇନ୍&zwnj; କେନ୍ଦ୍ର ଦାୟିତ୍ୱରେ ଥିବା ଲୋକେ କେଉଁଠି ଥିଲେ, କ&rsquo;ଣ କରୁଥିଲେ ଓ ସେଠାକୁ ଆସୁଥିବା ଲୋକଙ୍କୁ କାହିଁକି ଅଟକାଇଲେ ନାହିଁ, ସେନେଇ ବି ପ୍ରଶ୍ନ ଉଠିଛି।</p> <p>ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।&nbsp; ଗଞ୍ଜାମ ଜିଲ୍ଲାରୁ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି।</p> <p>ଦେଖନ୍ତୁ ଭିଡିଓ</p>

Related story