ଥାନା ବାବୁଙ୍କୁ ଠେଲାପେଲା

Ordigital Desk
  • Published: Friday, 06 April 2018
  • , Updated: 06 April 2018, 10:46 AM IST
<p>କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳରେ ଜଣେ ଯୁବକଙ୍କ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ଦେଖାଯାଇଛି। ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିବା ପୋଲିସ ଅଧିକାରୀଙ୍କୁ ଉତ୍ତ୍ୟକ୍ତ ଲୋକେ ଠେଲାପେଲା କରିଛନ୍ତି।</p> <p>ଗୋବିନ୍ଦପୁର ଥାନା ଅନ୍ତର୍ଗତ କଜଳପୁର ଗାଁର ଯୁବକ କାନ୍ଦୁରା ଭୋଇଙ୍କୁ ଗତକାଲି ରାତିରେ କେହି ଦୁର୍ବୃତ୍ତ ଘରୁ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଗୋବିନ୍ଦପୁର-କଟକ ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ। ଆନ୍ଦୋଳନକାରୀଙ୍କ ବୁଝାଶୁଝା କରିବାକୁ ଯାଇଥିବା ପୋଲିସକୁ ସ୍ଥାନୀୟ ଲୋକେ ଠେଲାପେଲା କରିଥିଲେ।</p> <p>ହତ୍ୟାକାରୀକୁ ଧରିବାକୁ ପୋଲିସ&nbsp; କଟକ ସଦର, ନିଆଳି ଓ ଗୋବିନ୍ଦପୁର ଅଞ୍ଚଳରେ ଚଢ଼ାଉ &nbsp;ଜାରି ରଖିଛି।</p>

Related story