ସହର ଅସୁରକ୍ଷିତ: ଗାଦି ମାଡ଼ି ବସିଛନ୍ତି ନଗର ଉନ୍ନୟନ ବିଭାଗର ବାବୁମାନେ, ଆତଙ୍କରେ ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ମଶା ଉତ୍ପାତ, ପୁରୀ ପୌରାଂଚଳରେ ପ୍ରଦୂଷିତ ପାନୀୟ ଜଳକୁ ନେଇ ସାଧାରଣ ଲୋକେ ଆତଙ୍କରେ । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଉ ଏପଟେ ନଗର ଉନ୍ନୟନ ବିଭାଗର ଶୀର୍ଷ ପଦପଦବୀରେ ଥିବା ବରିଷ୍ଠ ଅଧିକାରୀମାନେ ନିଦାବିଷ୍ଣୁ ସାଜିଛନ୍ତି । ନା ହେଉଛି ଉଚ୍ଚସ୍ତରୀୟ ସମୀକ୍ଷା, ନା ଏସବୁ ସମସ୍ୟାର ସମାଧାନ ଦିଗରେ ନିଆଯାଉଛି ପଦକ୍ଷେପ । ନଗର ଉନ୍ନୟନ ବିଭାଗରେ ସଚିବଙ୍କଠୁ ଆରମ୍ଭ କରି ପୌର […]

dron

dron

Ordigital Desk
  • Published: Saturday, 17 December 2022
  • Updated: 17 December 2022, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ମଶା ଉତ୍ପାତ, ପୁରୀ ପୌରାଂଚଳରେ ପ୍ରଦୂଷିତ ପାନୀୟ ଜଳକୁ ନେଇ ସାଧାରଣ ଲୋକେ ଆତଙ୍କରେ । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଉ ଏପଟେ ନଗର ଉନ୍ନୟନ ବିଭାଗର ଶୀର୍ଷ ପଦପଦବୀରେ ଥିବା ବରିଷ୍ଠ ଅଧିକାରୀମାନେ ନିଦାବିଷ୍ଣୁ ସାଜିଛନ୍ତି । ନା ହେଉଛି ଉଚ୍ଚସ୍ତରୀୟ ସମୀକ୍ଷା, ନା ଏସବୁ ସମସ୍ୟାର ସମାଧାନ ଦିଗରେ ନିଆଯାଉଛି ପଦକ୍ଷେପ । ନଗର ଉନ୍ନୟନ ବିଭାଗରେ ସଚିବଙ୍କଠୁ ଆରମ୍ଭ କରି ପୌର ପ୍ରଶାସକ ଓ ରାଜ୍ୟ ନଗର ଉନ୍ନୟନ ଏଜେନ୍ସୀ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ଦୀର୍ଘ ଦଶନ୍ଧି ଧରି ଗୋଟିଏ ସ୍ଥାନରେ ରହିଥିଲେ ମଧ୍ୟ ଏମାନଙ୍କ ଅପାରଗତା ଓ ବେପରୁୱା ମନୋଭାବ ପାଇଁ ଭୁବନେଶ୍ୱର, କଟକ ଓ ପୁରୀ ଭଳି ସହରରେ ସାଧାରଣ ଲୋକେ ଏବେ ଜୀବନମରଣ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଚର୍ଚ୍ଚା।

ସୂଚନା ଅନୁସାରେ, ମାତ୍ର ୨ବର୍ଷ ତଳେ ପୁରୀ ସହରରେ ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍‌’ ଯୋଜନାରେ ଟ୍ୟାପରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବାହାସ୍ଫୋଟ ମାରିଥିବା ଓଡ଼ିଶା ସରକାରଙ୍କ ଅସଲ ମୁଖା ଏବେ ଖୋଲିଯାଇଛି । ଦେଶର ପ୍ରଥମ ସହର ଭାବେ ପୁରୀରେ ପାଣି ଟ୍ୟାପରୁ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି ବୋଲି କହିଥିବା ରାଜ୍ୟ ସରକାର ଏଭଳି ସୁବିଧା କେବଳ ଆନ୍ତର୍ଜାତିକସ୍ତରରେ ଲଣ୍ଡନ, ନ୍ୟୁୟର୍କ ଓ ସିଙ୍ଗାପୁରରେ ମିଳୁଥିବା କହି ଜୋରସୋରରେ ପ୍ରଚାର କରିଥିଲେ । କିନ୍ତୁ ଗତ ଏକ ସପ୍ତାହ ଧରି ପୁରୀ ସହରରେ ପ୍ରଦୂଷିତ ପାନୀୟ ଜଳ ଯୋଗୁ ଝାଡ଼ାବାନ୍ତି ବ୍ୟାପିବା ଓ ୨ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ସରକାରଙ୍କ ମିଛ ପ୍ରଚାର ଧରାପଡ଼ିଯାଇଛି । ଆଉ ଡ୍ରିଙ୍କ୍ ଫ୍ରମ ଟ୍ୟାପରେ ପୁରୀ ସହରରେ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ଯେ କେବଳ ଗୋଟିଏ ପ୍ରହସନ ଥିଲା ତାହା ଏବେ ସ୍ପଷ୍ଟ ହୋଇଯାଇଛି।

ସେହିପରି ବିଶ୍ୱକପ୍ ହକି ମ୍ୟାଚ୍ ପାଇଁ ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ମାତିଥିବା ନଗର ଉନ୍ନୟନ ବିଭାଗ ଓ ମହାନଗର ନିଗମ ରାଜଧାନୀର ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ପ୍ରତି ଆଖିବୁଜି ଦେଇଛି । ବିଜେପି ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତୁରନ୍ତ ମଶା ଉତ୍ପାତ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଥିଲା । କଂଗ୍ରେସ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି କାହିଁକି ୧୦ବର୍ଷ ହେଲା ମଶାଙ୍କ ଲାର୍ଭା ଖାଇବା ପାଇଁ ଉଦ୍ଦିଷ୍ଟ ରସୁଲଗଡ଼ ମାଛ ହାଚେରୀ ବନ୍ଦ ହୋଇଛି, ବିଏମସିରେ ବିଶେଷଜ୍ଞ କାହିଁକି ନାହାନ୍ତି, ମଶା ନିପାତ ପାଇଁ କାହିଁକି ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରି ବିଏମସିକୁ କାଠଗଡ଼ାରେ ଛିଡ଼ା କରିଛନ୍ତି । କଟକ ସହରରେ ବି ଅନୁରୂପ ମଶା ଉତ୍ପାତ ସମସ୍ୟା ଦିନକୁ ଦିନ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଚାଲିଛି । କେବଳ ଏହି ୩ଟି ସହର ନୁହେଁ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ମଧ୍ୟ ମଶା ଉତ୍ପାତ ଲାଗି ରହିଛି।

ଏସବୁ ସତ୍ତ୍ୱେ ନଗର ଉନ୍ନୟନ ବିଭାଗ ନିଦାବିଷ୍ଣୁ ସାଜିଛି । ସହରକୁ ପରିଷ୍କାର-ପରିଚ୍ଛନ୍ନ କରିବା ପାଇଁ ମହାନଗର ନିଗମ ଓ ପୌର ସଂସ୍ଥା କର୍ତ୍ତୃପକ୍ଷ କିଭଳି କାର୍ଯ୍ୟ କରୁଛନ୍ତି ତାକୁ ତଦାରଖ କରିବାକୁ ନଗର ଉନ୍ନୟନ ବିଭାଗର ବାବୁମାନେ ଭୁଲି ଯାଇଛନ୍ତି । ଯଦିଓ ରାଜ୍ୟ ନଗର ଉନ୍ନୟନ ଏଜେନ୍ସୀ(ସୁଡ଼ା) ଲୋକଙ୍କ ଭାଗିଦାରୀ ମାଧ୍ୟମରେ ସହରକୁ ପରିଷ୍କାର-ପରିଚ୍ଛନ୍ନ ରଖିବା ଦିଗରେ କାର୍ଯ୍ୟ କରିବା ଛାଡ଼ି ଦେଇ ଏବେ ବିଶ୍ୱକପ୍ ହକି ପାଇଁ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଲାଗିଛି । ସୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦୀର୍ଘବର୍ଷ ଧରି ବରିଷ୍ଠ ଓଏଏସ୍ ଶାରଦା ପ୍ରସାଦ ପଣ୍ଡା କାର୍ଯ୍ୟରତ ଥିଲେ ମଧ୍ୟ ସହରାଂଚଳର ମୌଳିକ ସମସ୍ୟାର ସମାଧାନ ପ୍ରତି ଆଖିବୁଜି ଦେଇଛନ୍ତି।

କେବଳ ଶ୍ରୀ ପଣ୍ଡା ନୁହଁନ୍ତି ପୌର ପ୍ରଶାସକ ଭାବେ କାର୍ଯ୍ୟରତ ସଂଗ୍ରାମଜିତ୍ ନାୟକ ଗତ ପ୍ରାୟ ଏକଦଶନ୍ଧି ଧରି ଗୋଟିଏ ପଦବୀରେ ରହିଛନ୍ତି । କିନ୍ତୁ ଏବେ ପୌରାଂଚଳ ଗୁଡ଼ିକରେ ମଶା, ପ୍ରଦୂଷିତ ପରିବେଶ ଓ ପାନୀୟ ଜଳ ଆଦି ପାଇଁ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହେଉଥିଲେ ମଧ୍ୟ ସେଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେବାକୁ ଶ୍ରୀ ନାୟକ ବି ଉଚିତ୍ ମଣିନାହାନ୍ତି । କିମ୍ବା ସରକାର ଓ ପୌର ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଏସବୁ ସମସ୍ୟାର କିଭଳି ତ୍ୱରିତ୍ ସମାଧାନ ହୋଇପାରିବ ସେ ଦିଗରେ ବି ଚିନ୍ତା କରିବାକୁ ଆଗ୍ରହ ଦେଖାଇ ନାହାନ୍ତି।

ସେହିପରି ୨୦୧୪ ମସିହାରୁ ନଗର ଉନ୍ନୟନ ବିଭାଗର ମୁଖ୍ୟ ଭାବେ ଆଇଏଏସ୍ ଜି.ମାଥିଭାଥାନନନ୍ କାର୍ଯ୍ୟ କରିବା ସହ ଏତେବର୍ଷର ଅଭିଜ୍ଞତା ଥାଇ ମଧ୍ୟ ସହରଗୁଡ଼ିକରେ ଏବେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ନା ସମୀକ୍ଷା ବୈଠକ ଡାକିଛନ୍ତି ନା ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରୁଛନ୍ତି । ରାଜଧାନୀ ଭୁବନେଶ୍ୱର ଓ କଟକରେ ମଶା ଉତ୍ପାତ ସମସ୍ୟା ଓ ପୁରୀ ସହରରେ ଲଜ୍ଜାଜନକ ଝାଡ଼ାବାନ୍ତିଜନିତ ମୃତ୍ୟୁ ୨୨ବର୍ଷର ବିଜେଡି ସରକାର ପ୍ରତି ଉପହାସ ସଦୃଶ ହୋଇଥିଲେ ମଧ୍ୟ ନିଜ ଆଡ଼ୁ ସମୀକ୍ଷା ବୈଠକ ଡାକିବାକୁ ଉଚିତ୍ ମଣିନାହାନ୍ତି । ଲୋକଙ୍କ ଦୁର୍ଦ୍ଦଶା ବଢ଼ୁଥିବାବେଳେ ବିଭାଗୀୟ ମନ୍ତ୍ରୀ ବି ସ୍ଥାଣୁ ହୋଇ ବସିଛନ୍ତି । ନଗର ଉନ୍ନୟନ ବିଭାଗର ସର୍ବୋଚ୍ଚ ପଦବୀଗୁଡ଼ିକରେ ଥିବା ଅଫିସରମାନେ ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ ରହିଥିଲେ ମଧ୍ୟ ସହରବାସୀଙ୍କୁ ଏସବୁ ଦୁର୍ଦ୍ଦଶାରୁ ମୁକ୍ତି ଦେବାକୁ ଆଗେଇ ନଆସିବା ପରିତାପର ବିଷୟ । ଆଉ ସହରବାସୀଙ୍କୁ ଏବେ ଭଗବାନ ହିଁ ଭରସା ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story