ନାଲ୍‌କୋର ପାଚେରି କାମକୁ ବିରୋଧ

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ନାଲ୍‌କୋ କମ୍ପାନୀର ପାଚେରି କାମକୁ ଆମ୍ବଗାଁ ଗ୍ରାମବାସୀ ବିରୋଧ କରିଛନ୍ତି। ନାଲ୍‌କୋ ୩୫ ବର୍ଷ ତଳେ ଜମି ଅଧିଗ୍ରହଣ କରିଥିଲେ ବି ଏଯାଏ ଗାଁ ଲୋକଙ୍କୁ କୌଣସି ସୁବିଧା,ସୁଯୋଗ ଦେଇ ନଥିବା ଅଭିଯୋଗ ହୋଇଛି। ଗାଁର ଉନ୍ନତି ନେଇ ପ୍ରଥମେ କମ୍ପାନୀ କର୍ତ୍ତୃପକ୍ଷ ‌ଆଲୋଚନା କରନ୍ତୁ, ପରେ ପାଚେରି କାମ କରିବେ ବୋଲି ଗ୍ରାମବାସୀ ଅଡ଼ି ବସିଛନ୍ତି। ଅନ୍ୟପଟେ ନାଲ୍‌କୋର ପାଚେରି କାମ କରୁଥିବା ଠିକା କମ୍ପାନୀ କାମ କରି […]

nalco

Jitendra Garnayak
  • Published: Sunday, 02 December 2018
  • , Updated: 02 December 2018, 03:01 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ନାଲ୍‌କୋ କମ୍ପାନୀର ପାଚେରି କାମକୁ ଆମ୍ବଗାଁ ଗ୍ରାମବାସୀ ବିରୋଧ କରିଛନ୍ତି।

ନାଲ୍‌କୋ ୩୫ ବର୍ଷ ତଳେ ଜମି ଅଧିଗ୍ରହଣ କରିଥିଲେ ବି ଏଯାଏ ଗାଁ ଲୋକଙ୍କୁ କୌଣସି ସୁବିଧା,ସୁଯୋଗ ଦେଇ ନଥିବା ଅଭିଯୋଗ ହୋଇଛି।

ଗାଁର ଉନ୍ନତି ନେଇ ପ୍ରଥମେ କମ୍ପାନୀ କର୍ତ୍ତୃପକ୍ଷ ‌ଆଲୋଚନା କରନ୍ତୁ, ପରେ ପାଚେରି କାମ କରିବେ ବୋଲି ଗ୍ରାମବାସୀ ଅଡ଼ି ବସିଛନ୍ତି।

ଅନ୍ୟପଟେ ନାଲ୍‌କୋର ପାଚେରି କାମ କରୁଥିବା ଠିକା କମ୍ପାନୀ କାମ କରି ନ ପାରି ଥାନାର ଦ୍ୱାରସ୍ଥ ହୋଇଛି।

ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।

https://youtu.be/Ql0XxymFdMQ

Related story