ଓଏଚ୍‌ପିସି ଜିଏମ୍‌ଙ୍କ ମୃତଦେହ ଉଦ୍ଧାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି, ରାସ୍ତାକୁ ଓହ୍ଲାଇଲେ ଲୋକେ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଇନ୍ଦ୍ରାବତୀ ଓଏଚ୍‌ପିସିର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେରଙ୍କ ମୃତଦେହ ଉଦ୍ଧାର ଘଟଣାର ସିବିଆଇ କିମ୍ୱା ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଆଜି ମୁଖିଗୁଡ଼ା ଗାଁ ଲୋକେ ଓଏଚ୍‌ପିସି କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ସୂଚନାଯୋଗ୍ୟ,  ଗତ ୧୭ ତାରିଖରେ ନାରାୟଣ ପ୍ରସାଦ ଅଫିସ୍‌କୁ ଆସି ନିଖୋଜ ହୋଇଯାଇଥିଲେ। ଏନେଇ ତାଙ୍କ ପତ୍ନୀ  ସୂରେଖା ମେହେର ଗତ ୧୮ ତାରିଖରେ ମୁଖିଗୁଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ। ତେବେ ଗତକାଲି […]

kalahandi

kalahandi

Jyoshna Pradhan
  • Published: Monday, 23 December 2019
  • Updated: 23 December 2019, 02:42 PM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଇନ୍ଦ୍ରାବତୀ ଓଏଚ୍‌ପିସିର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେରଙ୍କ ମୃତଦେହ ଉଦ୍ଧାର ଘଟଣାର ସିବିଆଇ କିମ୍ୱା ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଆଜି ମୁଖିଗୁଡ଼ା ଗାଁ ଲୋକେ ଓଏଚ୍‌ପିସି କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି।

ସୂଚନାଯୋଗ୍ୟ,  ଗତ ୧୭ ତାରିଖରେ ନାରାୟଣ ପ୍ରସାଦ ଅଫିସ୍‌କୁ ଆସି ନିଖୋଜ ହୋଇଯାଇଥିଲେ। ଏନେଇ ତାଙ୍କ ପତ୍ନୀ  ସୂରେଖା ମେହେର ଗତ ୧୮ ତାରିଖରେ ମୁଖିଗୁଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ମୁଖିଗୁଡ଼ା ଏୟାରଟେଲ ଟାୱାର ନିକଟ ବୁଦାରୁ ତାଙ୍କ ମୃତଦେହ ଠାବ କରାଯାଇଥିଲା। ବୁଦା ମୂଳରୁ ଦୁର୍ଗନ୍ଧ ହେବାରୁ  ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଶବକୁ ଜବତ କରି ଆଜି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନା ପଠାଇଛି। ଏଥିସହ କଳାହାଣ୍ଡି ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି  ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ନାରାୟଣ ପ୍ରସାଦଙ୍କୁ ହତ୍ୟା କରାଯାଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos