ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗାଁଲୋକେ

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ଶୁଣିଲାନି ପ୍ରଶାସନ। ତେବେ ନିଜ କାମ ନିଜେ କରି ଏବେ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ଖେଜୁରୀଟାଣ୍ଡି ଗାଁଲୋକେ। ଜାତୀୟ ରାଜପଥ ୨୨୦ ଠାରୁ ଗାଁର ଦୂରତା ମାତ୍ର ୨ କିଲୋମିଟର। ହେଲେ ବି ବହୁଦିନ ହେବ ଗାଁର ରାସ୍ତା ଖାଲଖମା ହୋଇ ପଡ଼ିଥିଲା। ଏହି ଗାଁରେ ପ୍ରାୟ ୧୦୦ରୁ ଅଧିକ ଘର ରହିଛି। ଲୋକ ସଂଖ୍ୟା ପ୍ରାୟ ୫୦୦ରୁ ଅଧିକ ହେବ। ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ୱୁଲାନ୍ସ କିମ୍ୱା କୌଣସି ଗାଡ଼ି ଆସିପାରୁ […]

road

Jyoshna Pradhan
  • Published: Monday, 30 September 2019
  • , Updated: 30 September 2019, 02:21 PM IST

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ଶୁଣିଲାନି ପ୍ରଶାସନ। ତେବେ ନିଜ କାମ ନିଜେ କରି ଏବେ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ଖେଜୁରୀଟାଣ୍ଡି ଗାଁଲୋକେ।

ଜାତୀୟ ରାଜପଥ ୨୨୦ ଠାରୁ ଗାଁର ଦୂରତା ମାତ୍ର ୨ କିଲୋମିଟର। ହେଲେ ବି ବହୁଦିନ ହେବ ଗାଁର ରାସ୍ତା ଖାଲଖମା ହୋଇ ପଡ଼ିଥିଲା। ଏହି ଗାଁରେ ପ୍ରାୟ ୧୦୦ରୁ ଅଧିକ ଘର ରହିଛି। ଲୋକ ସଂଖ୍ୟା ପ୍ରାୟ ୫୦୦ରୁ ଅଧିକ ହେବ। ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ୱୁଲାନ୍ସ କିମ୍ୱା କୌଣସି ଗାଡ଼ି ଆସିପାରୁ ନଥିଲା। ଗାଁର ରାସ୍ତା ମରାମତି ପାଇଁ ଲୋକେ ବିଡିଓ, ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳି ନଥିଲା। ଶେଷରେ ଏହି ଗାଁରେ ଏକ  ଗ୍ରାମସଭା କରାଯାଇଥିଲା। ଆଉ ସେଠାରେ ନିଷ୍ପତ୍ତି ନିଆଯାଇଥିଲା ଯେ ପ୍ରତ୍ୟେକ ଘରୁ ଜଣେ ବ୍ୟକ୍ତି ଶ୍ରମଦାନ କରି ରାସ୍ତା ମରାମତିରେ ଯୋଗଦେବେ। ଏହାପରେ ଗାଁ ଲୋକେ ମିଶି ଶ୍ରମଦାନ କରି ରାସ୍ତାରେ ଥିବା ଖାଲଗୁଡ଼ିକରେ ପଥର ଓ ମୋରମ ପକାଇ ପ୍ରାୟ ଦୁଇ କିଲୋମିଟର ରାସ୍ତା ମରାମତି କରିଛନ୍ତି।

ଏନେଇ ଗ୍ରାମବାସୀ ଘାସିରାମ ପାତ୍ର କହିଛନ୍ତି,“ରାସ୍ତା ମରାମତି କରିବା ପାଇଁ ଲିଖିତ ଆକାରରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ହୋଇପାରିଲା ନାହିଁ। ତେଣୁ ଆମେ ଗାଁଲୋକେ ନିଷ୍ପତ୍ତି କଲୁ ନିଜ ରାସ୍ତାକୁ ନିଜେ ତିଆରି କରିବୁ।”

ଏନେଇ ରାଇରଙ୍ଗୁପର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଦୁର୍ଗା ପ୍ରସାଦ କରନଙ୍କୁ ପଚାରିବାରୁ ସେ କହିଛନ୍ତି,“ଖଜୁରୀଟେଣ୍ଡି ଗାଁ ରାସ୍ତା ନିର୍ମାଣ ମୋ ଲିଷ୍ଟରେ ରହିଛି। ଖୁବ୍‌ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।”

 

Related story