ରାସ୍ତାରେ ଗଡ଼ପଡ଼ ହେଉଥିଲେ ମଦ୍ୟପ , ଭଉଣୀ ପଚାରିଲେ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଲି ପାଣିର କମାଲ। ରାସ୍ତା ମଝିରେ ଜଣେ ମଦ୍ୟପଙ୍କ ବିଚିତ୍ର ଅବସ୍ଥା। ମଦ ନିଶାରେ ଚୁର ହୋଇ ରାସ୍ତା ମଝିରେ ଏପଟସେପଟ ହୋଇ ଜଣେ ମଦ୍ୟପ ଗଡ଼ୁଥିବା ଦେଖିବାକୁ  ମିଳିଛି। ରାଜଧାନୀର ରାଜ ରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବ୍ୟକ୍ତି ଜଣକ ହୋସ୍‌ରେ ନଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ମଝିରେ ମଝିରେ ଲୋକେ ମଦ୍ୟପ ଜଣଙ୍କୁ ପାଣିଛାଟ ମାରିଥିଲେ ମଧ୍ୟ ସେ […]

765

Tapas Behera
  • Published: Monday, 01 June 2020
  • , Updated: 01 June 2020, 07:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଲି ପାଣିର କମାଲ। ରାସ୍ତା ମଝିରେ ଜଣେ ମଦ୍ୟପଙ୍କ ବିଚିତ୍ର ଅବସ୍ଥା। ମଦ ନିଶାରେ ଚୁର ହୋଇ ରାସ୍ତା ମଝିରେ ଏପଟସେପଟ ହୋଇ ଜଣେ ମଦ୍ୟପ ଗଡ଼ୁଥିବା ଦେଖିବାକୁ  ମିଳିଛି। ରାଜଧାନୀର ରାଜ ରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବ୍ୟକ୍ତି ଜଣକ ହୋସ୍‌ରେ ନଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ମଝିରେ ମଝିରେ ଲୋକେ ମଦ୍ୟପ ଜଣଙ୍କୁ ପାଣିଛାଟ ମାରିଥିଲେ ମଧ୍ୟ ସେ ଜମା ଉଠୁନଥିଲେ। ତାଙ୍କ ଅଭିନୟ ଏମିତି ଥିଲା ଯେ ସତେ ଯେମିତି ନିଶା ତଳିପାରୁ ତାଳ ପର୍ଯ୍ୟନ୍ତ ଚଢ଼ିଯାଇଛି।

ବ୍ୟକ୍ତି ଜଣକ ଏମିତି ପୋଜ୍‌ରେ ଗଡ଼ୁଥିଲେ ଯାହା ଖୁବ୍‌ ଅସ୍ୱାଭାବିକ୍‌ ଥିଲା। ତେବେ ଏହି ସମୟରେ ତାଙ୍କୁ ଉଠେଇବାକୁ ଚେଷ୍ଟାକୁ ଥିବା ବ୍ୟକ୍ତି ତାଙ୍କୁ କୌତୁହଳ ଢଙ୍ଗରେ କିଛି ପ୍ରଶ୍ନ କରିଥିଲେ। ଜଣେ ମହିଳା ପଚାରୁଛନ୍ତି ହାଣ୍ଡିଆ  ପିଇଛନ୍ତିକି ? ହେଲେ ଏହାର ସେ କିଛି ଉତ୍ତର ଦେଇପାରୁ ନଥିଲେ।

 

ଶେଷରେ ଦୁଇ ଜଣ ଭାଇ ତାଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ। ହେଲେ ବାଟସାରା ଟଳମଳ ହୋଇ ମଦ୍ୟପ ଜଣଙ୍କ ବାରମ୍ବାର ପଡ଼ି ଯାଉଥିଲେ। ଶେଷରେ ପୁଲିସ ଆସି ତାଙ୍କୁ ଏକ ଅଟୋରେ ବହୁ କଷ୍ଟରେ ଭର୍ତ୍ତି କରିନେଇଥିଲା।  ଯାହା ଦେଖଣାହାରୀଙ୍କ ପାଇଁ ବେଶ କୌତୁହୁଳ ସୃଷ୍ଟି କରିଥିଲା।

ତେବେ ପ୍ରଶ୍ନ ଉଠୁଛି ଲକଡାଉନ୍‌ ପାଇଁ ମଦ ଅନଲାଇନ୍‌ରେ ବ୍ୟବସ୍ଥା ହୋଇଥିବା ବେଳେ ସାଧାରଣରେ ଏମିତି ମଦ ଖୋଲମଖୋଲା କେଉଁଠି ମିଲୁଛି।  ଯାହା ସମ୍ପୃକ୍ତ ବ୍ୟକ୍ତିଙ୍କ ଆଚରଣରୁ ହିଁ ସ୍ପଷ୍ଟ ହେଉଛି। କୁହାଯାଉଛି ମଦ ପାଇଁ ଅନଲାଇନ୍‌ ବ୍ୟବସ୍ଥା ହୋଇଥିବା ବେଳେ ଚୋରାରେ କାରବାର ମଧ୍ୟ ଚାଲିଛି।

Related story