୧୮ ଘଣ୍ଟା ପଡ଼ି ରହିଲା ଶବ, ଧାରଣା ଦେବା ପରେ ହେଲା ବ୍ୟବଚ୍ଛେଦ

ରାୟଗଡ଼ା (ମନୋଜ ପାତ୍ର): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଘଣ୍ଟା ଧରି ପଡ଼ି ରହିଲା ଶବ। ମୃତକଙ୍କ ପରିବାର ଲୋକ ଓ ସରପଞ୍ଚ ଧାରଣାରେ ବସିବା ପରେ ଆରମ୍ଭ ହୋଇଥିଲା ଶବ ବ୍ୟବଚ୍ଛେଦ ପ୍ରକ୍ରିୟା। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଗତକାଲି କୁଲି ଗାଁର ପ୍ରସାଦ କିଲାକା (୩୦) ନାମକ ଜଣେ ଯୁବକ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]

rayagada

rayagada

Jyoshna Pradhan
  • Published: Monday, 06 January 2020
  • Updated: 06 January 2020, 01:53 PM IST

ରାୟଗଡ଼ା (ମନୋଜ ପାତ୍ର): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଘଣ୍ଟା ଧରି ପଡ଼ି ରହିଲା ଶବ। ମୃତକଙ୍କ ପରିବାର ଲୋକ ଓ ସରପଞ୍ଚ ଧାରଣାରେ ବସିବା ପରେ ଆରମ୍ଭ ହୋଇଥିଲା ଶବ ବ୍ୟବଚ୍ଛେଦ ପ୍ରକ୍ରିୟା। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।

ଗତକାଲି କୁଲି ଗାଁର ପ୍ରସାଦ କିଲାକା (୩୦) ନାମକ ଜଣେ ଯୁବକ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦିନ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୁଲିସ୍‌ ବିଳମ୍ୱ କରିବାରୁ ଗତକାଲି ଶବ ବ୍ୟବଚ୍ଛେଦ ହୋଇ ପାରି ନଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାର ପ୍ରତିବାଦରେ ତଥା ତୁରନ୍ତ ଶବର ବ୍ୟବଚ୍ଛେଦ କରିବାକୁ ଆଜି ସକାଳେ କୁଲି ଗ୍ରାମ ପଞ୍ଚାୟତର ସରପଞ୍ଚ , ତାଙ୍କ ସମର୍ଥକ ଓ ମୃତକଙ୍କ ପରିବାର ଲୋକେ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଥିଲେ।

ପୁଲିସ ଓ ସିଡିଏମଓ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ସହ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କହିବା ପରେ ସେମାନେ ଆନ୍ଦୋଳନରୁ ହଟିଥିଲେ।

ସରପଞ୍ଚ ହରପ୍ରସାଦ ହେପୃକା କହିଛନ୍ତି, “ଆମ କୁଲି ଗ୍ରାମ ପଞ୍ଚାୟତର ଜଣେ ଯୁବକ ବିଷ ପିଇଦେଇ ଥିବାରୁ ଗତକାଲି ଦିନ ପ୍ରାୟ ୧୧ଟା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଦିନ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କଲେ। ଏହାପରେ ଆମେ ଶବକୁ ନେଇ ଯିବାକୁ କହିଥିଲୁ। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ଦେବାକୁ ମନା କରିଥିଲେ। ପୁଲିସ୍‌କୁ ଖବର ଦିଆଯାଇଛି, ସେମାନେ ଆସିବା ପରେ ତମେ ଶବ ନେବ କହିଥିଲେ। ଏଠି ସବୁ କାମ ଅବ୍ୟବସ୍ଥିତ ଢଙ୍ଗରେ ହେଉଛି।”

ଅନ୍ୟପକ୍ଷରେ ସିଡିଏମ୍‌ଓଙ୍କ କହିବା ଅନୁଯାୟୀ ଗତକାଲି ରାତି ହୋଇଯିବା ଯୋଗୁ ନିୟମ ଅନୁସାରେ ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା। ସେଥିଯୋଗୁ ବିଳମ୍ବ ହେଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story