ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ରାସ୍ତାରୋକ

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ଅମ୍ୱାଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଗାଁ ଲୋକେ। ଆଜି ଅମ୍ୱାଦଳା ଗ୍ରାମବାସୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି। ଫଳରେ ରାୟଗଡ଼ା-କଳଳହାଣ୍ଡି ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ପ୍ରାୟ ୫ ବର୍ଷ ହେବ ଏଠାରେ ସ୍ଥାୟୀ ଡାକ୍ତର ନଥିବାରୁ ଗାଁ ଲୋକେ ବାରମ୍ୱାର ଅଭିଯୋଗ କରିଛନ୍ତି। ହେଲେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ […]

ambadola

Rakesh Mallick
  • Published: Friday, 06 July 2018
  • , Updated: 06 July 2018, 10:20 AM IST

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ଅମ୍ୱାଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଗାଁ ଲୋକେ। ଆଜି ଅମ୍ୱାଦଳା ଗ୍ରାମବାସୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି। ଫଳରେ ରାୟଗଡ଼ା-କଳଳହାଣ୍ଡି ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି।

ପ୍ରାୟ ୫ ବର୍ଷ ହେବ ଏଠାରେ ସ୍ଥାୟୀ ଡାକ୍ତର ନଥିବାରୁ ଗାଁ ଲୋକେ ବାରମ୍ୱାର ଅଭିଯୋଗ କରିଛନ୍ତି। ହେଲେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଗାଁ ଲୋକେ ରାସ୍ତାରୋକ କରିଛନ୍ତି।

Related story