ତାମିଲନାଡୁରେ ଫସିଛନ୍ତି; ଫେରାଇ ନେବାକୁ କଲେ ନିବେଦନ

ବିନିକା (ଦିଲ୍ଲୀପ କୁମାର ସାହୁ): ଲକ୍‌ଡାଉନ୍‌ ଯୋଗୁ ତାମିଲନାଡ଼ୁରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପ୍ରାୟ ୧୦୦ ଜଣ ଶ୍ରମିକ। ସେମାନଙ୍କ ମଧ୍ୟରେ ଡୁଙ୍ଗୁରିପାଲି ବ୍ଲକ୍‌ର ୫୦ ଜଣ ଥିବା ବେଳେ ତରଭା ବ୍ଳକ୍‌ର ୨୫ ଜଣ ଅଛନ୍ତି। ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର ୨୦ରୁ ଅଧିକ ଶ୍ରମିକ ଅଛନ୍ତି। ଏହି ଶ୍ରମିକମାନେ ତାମିଲନାଡ଼ୁର ଧରମପୁରୀ ଜିଲ୍ଲା ତାଡ଼ଗମ୍ ନିକଟରେ ଥିବା ସରଗର ସୂତା ମିଲ୍‌ରେ ଦୀର୍ଘବର୍ଷ ହେବ କାମ କରୁଛନ୍ତି। ହେଲେ […]

tadagam

Jitendra Garnayak
  • Published: Wednesday, 13 May 2020
  • , Updated: 13 May 2020, 10:02 AM IST

ବିନିକା (ଦିଲ୍ଲୀପ କୁମାର ସାହୁ): ଲକ୍‌ଡାଉନ୍‌ ଯୋଗୁ ତାମିଲନାଡ଼ୁରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପ୍ରାୟ ୧୦୦ ଜଣ ଶ୍ରମିକ। ସେମାନଙ୍କ ମଧ୍ୟରେ ଡୁଙ୍ଗୁରିପାଲି ବ୍ଲକ୍‌ର ୫୦ ଜଣ ଥିବା ବେଳେ ତରଭା ବ୍ଳକ୍‌ର ୨୫ ଜଣ ଅଛନ୍ତି। ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର ୨୦ରୁ ଅଧିକ ଶ୍ରମିକ ଅଛନ୍ତି।

ଏହି ଶ୍ରମିକମାନେ ତାମିଲନାଡ଼ୁର ଧରମପୁରୀ ଜିଲ୍ଲା ତାଡ଼ଗମ୍ ନିକଟରେ ଥିବା ସରଗର ସୂତା ମିଲ୍‌ରେ ଦୀର୍ଘବର୍ଷ ହେବ କାମ କରୁଛନ୍ତି। ହେଲେ ଲକ୍‌ଡାଉନ୍‌ ଯୋଗୁ କମ୍ପାନୀ ବନ୍ଦ ହୋଇଯାଇଛି। ତେଣୁ ସେମାନଙ୍କ ପାଖରେ କିଛି କାମଧନ୍ଦା ନାହିଁ। କାମ ନ ଥିବାରୁ ଆୟ ମଧ୍ୟ ନାହିଁ। ତେଣୁ ଖାଇବା଼-ପିଇବାରେ ଭାରି ହଇରାଣ ହେଉଛନ୍ତି। ଭୋକ ଉପାସରେ ସେମାନଙ୍କ ଦିନ କଟୁଛି। ସେମାନେ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଝାରୀଙ୍କୁ ଏକ ଭିଡିଓରେ ଆକୁଳ ନିବେଦନ କରିଛନ୍ତି।

Related story