ଯିଏ ନବୀନ ନିବାସରେ ହାଜର ହୋଇଥିଲେ, ସେମାନେ ଦିନେ ବୈଜୟନ୍ତଙ୍କୁ ମାଳ ପିନ୍ଧାଇ ଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦଙ୍କ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା କରୁଥିବା ଅଭିଯୋଗର ମୁଖା ଖୋଲିଛନ୍ତି ଖୋଦ ସାଂସଦ ବୈଜୟନ୍ତ ପଣ୍ଡା। ଏନେଇ ଫଟୋ ସହ ସମସ୍ତ ପ୍ରମାଣକୁ ସେ ନିଜ ଫେସବୁକ୍ ପେଜ୍‌ରେ ପୋଷ୍ଟ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି-“ତାଙ୍କ ବିରୋଧରେ ଚାଲିଥିବା ଅଭିଯାନର କାର୍ପଟଦାର ହେଉଛନ୍ତି ଜଣେ ବ୍ୟୁରୋକ୍ରାଟ୍‌। ଯିଏକି ଏବେ ସରକାରୀ ଅଧିକାରୀରୁ ରାଜନେତା ପାଲଟିଛନ୍ତି। ଏହି ବାବୁ ଜଣକ ବିଜେଡି ଉପରେ ଏକ ପ୍ରକାର ନିୟନ୍ତ୍ରଣ ହାସଲ […]

Jay Panda & Kdp Bjd Prez

Rakesh Mallick
  • Published: Friday, 19 January 2018
  • , Updated: 19 January 2018, 05:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦଙ୍କ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା କରୁଥିବା ଅଭିଯୋଗର ମୁଖା ଖୋଲିଛନ୍ତି ଖୋଦ ସାଂସଦ ବୈଜୟନ୍ତ ପଣ୍ଡା। ଏନେଇ ଫଟୋ ସହ ସମସ୍ତ ପ୍ରମାଣକୁ ସେ ନିଜ ଫେସବୁକ୍ ପେଜ୍‌ରେ ପୋଷ୍ଟ କରିଛନ୍ତି।

ସେ ଏଥିରେ ଦର୍ଶାଇଛନ୍ତି-“ତାଙ୍କ ବିରୋଧରେ ଚାଲିଥିବା ଅଭିଯାନର କାର୍ପଟଦାର ହେଉଛନ୍ତି ଜଣେ ବ୍ୟୁରୋକ୍ରାଟ୍‌। ଯିଏକି ଏବେ ସରକାରୀ ଅଧିକାରୀରୁ ରାଜନେତା ପାଲଟିଛନ୍ତି। ଏହି ବାବୁ ଜଣକ ବିଜେଡି ଉପରେ ଏକ ପ୍ରକାର ନିୟନ୍ତ୍ରଣ ହାସଲ କରି ନେଇଛନ୍ତି।”

ଦଳୀୟ କର୍ମକର୍ତ୍ତାଙ୍କୁ ଅଣଦେଖା କରୁଥିବା ନେଇ ଯେଉଁମାନେ ଅଭିଯୋଗ ଆଣିଛନ୍ତି, ବୈଜୟନ୍ତ ନିଜ ସହ ସେମାନଙ୍କର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କ ସହ ସଂପର୍କ ରଖୁନଥିବା ଅଭିଯୋଗକୁ ଏହି ଫଟୋ ହିଁ ମିଥ୍ୟା ପ୍ରମାଣିତ କରୁଛି ବୋଲି ବୈଜୟନ୍ତ ଲେଖିଛନ୍ତି। ଅନ୍ୟପକ୍ଷରେ ଏହି ଫଟୋ ଗୁଡିକରୁ ସ୍ପଷ୍ଟ ହେଉଛି ଯେ, ସେ କେବଳ କର୍ମକର୍ତ୍ତାଙ୍କ ସହ ନିୟମିତ ସମ୍ପର୍କରେ ନାହାନ୍ତି ବରଂ ନିଜର ସମସ୍ତ ବିକାଶମୂଳକ କାମର ସମୀକ୍ଷା ଓ ଉଦ୍‌ଘାଟନରେ ସେମାନଙ୍କୁ ସାମିଲ କରିଛନ୍ତି।

ଏମ୍‌ପି ଲାଡ୍‌ରେ ନିର୍ମିତ ସର୍ବବୃହତ ପ୍ରକଳ୍ପ ତଥା କେନ୍ଦ୍ରାପଡ଼ାର ପ୍ରଥମ ଅଡିଟୋରିୟମ୍ ପ୍ରସଙ୍ଗରେ ବୈଜୟନ୍ତ, ଡେରାବିଶ ବ୍ଲକ ଅଧ୍ୟକ୍ଷଙ୍କ ସହ ତାଙ୍କ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ବ୍ଲକ୍‌ ଅଧ୍ୟକ୍ଷ ନିଜେ ତାଙ୍କ ସହ ପ୍ରକଳ୍ପର ସମୀକ୍ଷା କରୁଛନ୍ତି। ତେବେ ବର୍ତ୍ତମାନ ସେହି ବ୍ଲକ ଅଧ୍ୟକ୍ଷ ଏହାର ଉଦ୍‌ଘାଟନକୁ ରୋକିବା ଲାଗି ଧମକ ଦେଉଥିବା ଫେସବୁକ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି ବୈଜୟନ୍ତ।

ସେ ଲେଖିଛନ୍ତି-“ଯେଉଁ ପ୍ରକଳ୍ପ ଗୁଡିକୁ ବିଜୁବାବୁ ପରିକଳ୍ପନା କରିଥିଲେ, ଆଉ ଯାହାକୁ ପୁରା କରିବାକୁ ଯାଉଛନ୍ତି, ସେଭଳି ପ୍ରକଳ୍ପ ଗୁଡିକୁ ବାଧା ଦିଆଯିବା ମୋତେ ଦୁଃଖ ଦେଉଛି। ଅଭିଯୋଗକାରୀଙ୍କ ସହ ମୁଁ ଶତାଧିକ ବ୍ୟକ୍ତିଙ୍କୁ ଉଦ୍‌ଘାଟନୀ ଉତ୍ସବକୁ ବ୍ୟକ୍ତିଗତ ନିମନ୍ତ୍ରଣ କରିଛି। କିନ୍ତୁ ସେମାନେ ଏବେ ଏଭଳି ଓଲଟିଯିବାକୁ ନେଇ ମୁଁ ରାଗିବା ଅପେକ୍ଷା ହସିବାକୁ ଉଚିତ ମନେ କରୁଛି। କାରଣ ଏହି ଅଭିଯୋଗକାରୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କଠାରୁ ଫୋନ କଲ୍ ପାଇ ପ୍ରବଳ ଚାପରେ ରହୁଛନ୍ତି। ଯଦି ସେମାନେ ଉକ୍ତ ‘ବାବୁରୁ ରାଜନେତା ହୋଇଥିବା ବ୍ୟୁରୋକ୍ରାଟ’ଙ୍କୁ ଅସନ୍ତୁଷ୍ଟ କରିବେ, ତେବେ ଭବିଷ୍ୟତରେ ଟିକେଟ ପାଇବେ ନାହିଁ କିମ୍ବା ନିଜର ପଦବୀ ହରାଇବେ ବୋଲି ଧମକ ଦିଆଯାଉଛି। ବ୍ୟୁରୋକ୍ରାଟ୍‌ମାନେ ସକ୍ରିୟ ରାଜନୀତିରେ ଜଡିତ ହେବା ସର୍ଭିସ କୋଡ୍‌ରେ କଡାକଡି ଭାବେ ମନା କରାଯାଇଛି। ହେଲେ ଏହି ଅଧିକାରୀ ଜଣକ ଏସବୁ ଆଇନ କାନୁନ୍‌କୁ ଖାତିର କରୁ ନ ଥିବା ମୁଁ ଅନୁଭବ କରୁଛନ୍ତି। ଶୀଘ୍ର ହେଉ କିମ୍ବା ପରେ ଉକ୍ତ ଅଧିକାରୀ ଜଣକ ତାଙ୍କର କର୍ମର ଫଳ ଭୋଗିବେ। ମୁଁ ଜାଣିପାରୁନି, ମୋର ନେତା ଯାହାଙ୍କୁ ବିଗତ ଦୁଇ ଦଶକରୁ ଅଧିକ ସମୟ ଧରି ସହଯୋଗ, ପ୍ରଶଂସା ଓ ସମର୍ଥନ କରି ଆସୁଛି ସେ କିଭଳି ଏହି ଚକ୍ରାନ୍ତକୁ ଜାଣିପାରୁ ନାହାନ୍ତି?”

ସେ ଆହୁରି ଲେଖିଛନ୍ତି-“ମୋ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ମୋତେ ଯୋଗାଯୋଗ କରିଥିଲେ। ମୁଁ ତାଙ୍କୁ କହିଥିଲି, ଅଭିଯୋଗ ଗୁଡିକୁ ଲିଖିତ ଆକାରରେ ଦେଲେ ଏହାର ଉତ୍ତର ବି ଲିଖିତ ଆକାରରେ ଦେବି। ସୌଭାଗ୍ୟବଶତଃ ମୋ ନିର୍ବାଚନମଣ୍ଡଳୀର ବାସିନ୍ଦା ଓ ଓଡ଼ିଶାର ଜନସାଧାରଣଙ୍କର ମୋ ପ୍ରତି ବିପୁଳ ସମର୍ଥନରୁ ମୁଁ ଆଶ୍ୱସ୍ତ ଏବଂ ଏହା ମୋତେ ଶକ୍ତି ଦେଇଛି।”

Related story