କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଖାଇବା ପ୍ଳେଟ ଫୋପାଡିଦେଲେ

ଖଲିକୋଟ(ସିଲୁ ବିଶ୍ୱାଳ): କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଭାବନୀୟ ଦୃଶ୍ୟ। ଖାଇବା ପ୍ଲେଟ ଫୋପାଡ଼ି ଦେଲେ ପ୍ରବାସୀ ଓଡ଼ିଆ। ଏମିତି ଚିତ୍ର  ବେଗୁନିଆପଡା ବ୍ଲକ ପରେ  ଗଂଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତୃସୋଲ ଆଦର୍ଶ ବିଦ୍ୟାଳୟରୁ ଆସିଛି। ନିମ୍ନମାନର ଖାଦ୍ୟ ଅଭିଯୋଗ କରି ଖାଦ୍ୟ ପ୍ଲେଟକୁ ଫୋପାଡ଼ି ଦେଇଥିଲେ ପ୍ରବାସୀ ଓଡ଼ିଆ। ଏନେଇ ସେମାନେ ନିଜ ମୋବାଇଲରେ ଭିଡ଼ିଓ ଉତ୍ତୋଳନ  କରି ସୋଶାଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଆଜି ସକାଳ ଜଳଖିଆରେ ଉପମା- ତରକାରୀ ଦିଆ ଯାଇଥିଲା । […]

6nm

Tapas Behera
  • Published: Sunday, 03 May 2020
  • , Updated: 03 May 2020, 06:52 PM IST

ଖଲିକୋଟ(ସିଲୁ ବିଶ୍ୱାଳ): କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଭାବନୀୟ ଦୃଶ୍ୟ। ଖାଇବା ପ୍ଲେଟ ଫୋପାଡ଼ି ଦେଲେ ପ୍ରବାସୀ ଓଡ଼ିଆ। ଏମିତି ଚିତ୍ର  ବେଗୁନିଆପଡା ବ୍ଲକ ପରେ  ଗଂଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତୃସୋଲ ଆଦର୍ଶ ବିଦ୍ୟାଳୟରୁ ଆସିଛି। ନିମ୍ନମାନର ଖାଦ୍ୟ ଅଭିଯୋଗ କରି ଖାଦ୍ୟ ପ୍ଲେଟକୁ ଫୋପାଡ଼ି ଦେଇଥିଲେ ପ୍ରବାସୀ ଓଡ଼ିଆ। ଏନେଇ ସେମାନେ ନିଜ ମୋବାଇଲରେ ଭିଡ଼ିଓ ଉତ୍ତୋଳନ  କରି ସୋଶାଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଆଜି ସକାଳ ଜଳଖିଆରେ ଉପମା- ତରକାରୀ ଦିଆ ଯାଇଥିଲା ।

ହେଲେ ତାହା ନିମ୍ନମାନର ଦର୍ଶାଇ ସେମାନେ ଅସନ୍ତୁଷ୍ଟ ହୋଇ ଖାଇବା ଥାଳି ଫୋପାଦିଦେଇଥିଲେ । ସେହିପରି ଗତକାଲି ରାତିରେ ଦିଆଯାଇଥିବା ଖାଦ୍ୟ ମଧ୍ୟ ନିମ୍ନମାନର ଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ।

ଖବର ପାଇ ସ୍ଥାନୀୟ ବିଡ଼ିଓ ଏଵଂ ତହସିଲଦାର ଆସି ବୁଝାସୁଝା କରିଥିଲେ । ସୂଚନା ଅନୁଯାୟୀ ସୁରଟରୁ ଫେରିବା ପରେ ପ୍ରବାସୀ ଓଡ଼ିଆମାନଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି।

Related story