ଟ୍ରାଫିକ ପୋଷ୍ଟରେ ଯୁବକଙ୍କୁ ବାନ୍ଧି ନିର୍ଧୂମ ଛେଚିଲେ ଲୋକେ

ଭଦ୍ରକ(ପାର୍ଥ ସାରଥୀ ନାୟକ): ପିଲା ଚୋର ସନ୍ଦେହରେ ଅଟକ ଯୁବକଙ୍କୁ ଟ୍ରାଫିକ ପୋଷ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଲୋକ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଜଣକୁ ଉଦ୍ଧାର କରି ଥାନାକୁ ନେଇଛି। ଏଥିସହ ଛୋଟ ପିଲାଟିକୁ ମଧ୍ୟ  ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତ ଛକ ନିକଟରେ  ଆଜି ସକାଳୁ ସକାଳୁ ସନ୍ଦେହଜନକ ଅବସ୍ଥାରେ ଯୁବକଜଣକ ଏକ ଛୋଟ ପିଲା ସହ  କଥା ହେଉଥିଲେ। ଏମିତିକି ପିଲାଟିର ଆଧାର କାର୍ଡ […]

thief

thief

Niharika Rout
  • Published: Wednesday, 15 June 2022
  • Updated: 15 June 2022, 09:06 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ପିଲା ଚୋର ସନ୍ଦେହରେ ଅଟକ ଯୁବକଙ୍କୁ ଟ୍ରାଫିକ ପୋଷ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଲୋକ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଜଣକୁ ଉଦ୍ଧାର କରି ଥାନାକୁ ନେଇଛି। ଏଥିସହ ଛୋଟ ପିଲାଟିକୁ ମଧ୍ୟ  ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତ ଛକ ନିକଟରେ  ଆଜି ସକାଳୁ ସକାଳୁ ସନ୍ଦେହଜନକ ଅବସ୍ଥାରେ ଯୁବକଜଣକ ଏକ ଛୋଟ ପିଲା ସହ  କଥା ହେଉଥିଲେ। ଏମିତିକି ପିଲାଟିର ଆଧାର କାର୍ଡ ମାଗିବା ସହ ସାଇକେଲରେ ବସିବା ପାଇଁ ସେ ପିଲାଟିକୁ ପ୍ରବର୍ତ୍ତାଉଥିଲେ। ଏହି ସମୟରେ କିଛି ସ୍ଥାନୀୟ ଲୋକ ଯୁବକଙ୍କ ଉପରେ ସନ୍ଦେହ କରିଥିଲେ।

ଯୁବକଙ୍କର ଏଭଳି ଆଚରଣକୁ ଦେଖି ସ୍ଥାନୀୟ ଲୋକ ପିଲା ଚୋର ବୋଲି ସନ୍ଦେହ କରିଥିଲେ। ପରେ ଲୋକମାନେ ମିଶି ବନ୍ତ ଛକସ୍ଥିତ ଟ୍ରାଫିକ ପୋଷ୍ଟରେ ଯୁବକକୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ନାବାଳକକୁ ଉଦ୍ଧାର କରିଥିଲେ।  ଘଟଣାସ୍ଥଳରେ ଟାଉନ ଥାନା ପୁଲିସ୍‌ ପହଞ୍ଚି ଯୁବକ ଓ ନାବାଳକକୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos