କେବେ ବୁଝିବେ ଅମାନିଆ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ଲକ୍‌ଡାଉନ୍ କଟକଣାକୁ ଦୁଇ ସପ୍ତାହ ବିତିଲାଣି । ହେଲେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ରାଜ୍ୟର ଅନେକ ସ୍ଥାନରେ ଆଜି ବି ଦେଖିବାକୁ ମିଳିଛି ନିୟମ ଉଲ୍ଲଂଘନର ପୁଳା ପୁଳା ଚିତ୍ର। ଏପରକିକି ଗତ ୨୪ ଘଣ୍ଟାରେ ଲକ୍‌ଡାଉନ୍ ଭଙ୍ଗ ଅଭିଯୋଗରେ ପୁଲିସ ୨୨୭ ମାମଲା ରୁଜୁ କରିଥିବା ବେଳେ ବହୁ ଅମାନିଆଙ୍କ ଗାଡ଼ି ଜବତ୍ କରିଛି। ସେପଟେ ଲକ୍‌ଡାଉନ୍ ପାଇଁ ରାଜଧାନୀରେ ପରିବା ଅଭାବ ଦେଖାଦେବା ନେଇ କଞ୍ଚାପରିବା ବ୍ୟବସାୟୀ ସଂଘର […]

57890-1

Tapas Behera
  • Published: Tuesday, 07 April 2020
  • , Updated: 07 April 2020, 09:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ଲକ୍‌ଡାଉନ୍ କଟକଣାକୁ ଦୁଇ ସପ୍ତାହ ବିତିଲାଣି । ହେଲେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ରାଜ୍ୟର ଅନେକ ସ୍ଥାନରେ ଆଜି ବି ଦେଖିବାକୁ ମିଳିଛି ନିୟମ ଉଲ୍ଲଂଘନର ପୁଳା ପୁଳା ଚିତ୍ର। ଏପରକିକି ଗତ ୨୪ ଘଣ୍ଟାରେ ଲକ୍‌ଡାଉନ୍ ଭଙ୍ଗ ଅଭିଯୋଗରେ ପୁଲିସ ୨୨୭ ମାମଲା ରୁଜୁ କରିଥିବା ବେଳେ ବହୁ ଅମାନିଆଙ୍କ ଗାଡ଼ି ଜବତ୍ କରିଛି। ସେପଟେ ଲକ୍‌ଡାଉନ୍ ପାଇଁ ରାଜଧାନୀରେ ପରିବା ଅଭାବ ଦେଖାଦେବା ନେଇ କଞ୍ଚାପରିବା ବ୍ୟବସାୟୀ ସଂଘର ସୂଚନା ନୂଆ ସମସ୍ୟା ସୃଷ୍ଟି କରିଛି।

ଲକ୍‌ଡାଉନ୍ ଲାଗୁ ହେବାର ୧୪ ଦିନ ବିତିବା ପରେ ବି ହାଟ ବଜାରରେ ହାଉଜାଉ ଲୋକେ। ଯେମିତି କେହି ବଦଳିବାକୁ ନାରାଜ। ଏପଟେ ଅଜଥାରେ ବାଇକ୍ ଧରି ରାସ୍ତାକୁ ନବାହାରିବାର ନିର୍ଦ୍ଦେଶ ସତ୍ତ୍ୱେ ଏମାନଙ୍କ ଉପରେ କିଛି ବି ଫରକ ପଡୁନି। ଫଳରେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ସଂଖ୍ୟାରେ ଅମାନିଆଙ୍କ ବାଇକ୍ ସିଜ୍ କରିଛି ପୁଲିସ।

ସେହିପରି ନିୟମ ଉଲ୍ଲଂଘନ ଅଭିଯୋଗରେ ଗତକାଲି ସକାଳଠୁ ଆଜି ସକାଳ ଭିତରେ ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ୨୪୪ଟି ମାମଲା ରୁଜୁ ହୋଇଛି । ସେ ଭିତରୁ ଲକ୍‌ଡାଉନ୍ ନିୟମ ଭଂଗ ଅଭିଯୋଗରେ ୨୨୭ଟି ମାମଲା, ହୋମ କ୍ୱାରେଣ୍ଟିନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୩, ଅପପ୍ରଚାର କରୁଥିବା ଅଭିଯୋଗରେ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି  ପୁଲିସ ଡିଜି ଅଭୟ।

Related story