ନିର୍ବାଚନୀ ସଭାକୁ ଅନୁମତି, ଡୋର୍ କ୍ୟାମ୍ପେନିଂରେ ସର୍ବାଧିକ ୫ ଜଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟଗ୍ରହଣ ହେବ। ଏଥିପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ସହ ନିର୍ବାଚନୀ ପରିଚାଳନା ନିମନ୍ତେ ଗାଇଡଲାଇନ୍ ଜାରି କରିଛନ୍ତି। ଏଥିରେ ନିର୍ବାଚନୀ ସଭା ଓ ରାଲିକୁ ଅନୁମତି ମିଳିଛି। ମାତ୍ର ୫ ଜଣରୁ ଅଧିକ ଲୋକଙ୍କୁ ଡୋର କ୍ୟାମ୍ପେନିଂ(ଘରକୁ ଘର ବୁଲି ପ୍ରଚାର) କରିବାକୁ ଅନୁମତି ମିଳିବ ନାହିଁ। ପ୍ରାର୍ଥୀଙ୍କୁ […]

vot

vot

Manoranjan Sial
  • Published: Tuesday, 29 September 2020
  • Updated: 29 September 2020, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟଗ୍ରହଣ ହେବ। ଏଥିପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ସହ ନିର୍ବାଚନୀ ପରିଚାଳନା ନିମନ୍ତେ ଗାଇଡଲାଇନ୍ ଜାରି କରିଛନ୍ତି। ଏଥିରେ ନିର୍ବାଚନୀ ସଭା ଓ ରାଲିକୁ ଅନୁମତି ମିଳିଛି। ମାତ୍ର ୫ ଜଣରୁ ଅଧିକ ଲୋକଙ୍କୁ ଡୋର କ୍ୟାମ୍ପେନିଂ(ଘରକୁ ଘର ବୁଲି ପ୍ରଚାର) କରିବାକୁ ଅନୁମତି ମିଳିବ ନାହିଁ। ପ୍ରାର୍ଥୀଙ୍କୁ ରୋଡ୍ ଶୋ’ ପାଇଁ ବି ଅନୁମତି ମିଳିଛି। ପ୍ରଚାର କାର୍ଯ୍ୟରେ ସର୍ବାଧିକ ୫ଟି ଗାଡ଼ି ଉପଯୋଗ ହୋଇପାରିବ।

ନିର୍ବାଚନ କମିଶନରଙ୍କ ପକ୍ଷରୁ ଜାରି ନିର୍ବାଚନୀ ଗାଇଡଲାଇନ୍ ଅନୁସାରେ, ସୁରକ୍ଷାକର୍ମୀଙ୍କୁ ଛାଡ଼ି ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କୁ ମିଶାଇ ସର୍ବାଧିକ ୫ଜଣ ଦ୍ୱାରକୁ ଦ୍ୱାର ବୁଲି ପ୍ରଚାର କରିପାରିବେ। ପ୍ରଚାର କାର୍ଯ୍ୟରେ ବ୍ୟବହୃତ ୧୦ଟି ପରିବର୍ତ୍ତେ ସର୍ବାଧିକ ୫ଟି ଗାଡ଼ି ଉପଯୋଗ ହୋଇପାରିବ। ପ୍ରତ୍ୟେକ ୫ଟି ଗାଡ଼ି ପରେ ଦଳ ଭାଙ୍ଗି ଅଲଗା ଗଠନ ହେବ(ସିକ୍ୟୁରିଟି ଗାଡ଼ି ବ୍ୟତୀତ)। ଦୁଇଟି ଦଳ ମଧ୍ୟରେ ବ୍ୟବଧାନ ଶହେ ମିଟର ପରିବର୍ତ୍ତେ ଅତିକମରେ ଅଧଘଣ୍ଟା ରହିବ।

ସେହିପରି କୋଭିଡ୍ ଗାଇଡଲାଇନକୁ ପାଳନ କରି ନିର୍ବାଚନୀ ସଭାକୁ ଅନୁମତି ଦିଆଯିବ। ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବେ। ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଥିବା ପଡ଼ିଆଗୁଡ଼ିକୁ ଆଗୁଆ ଚିହ୍ନଟ କରି ସେଠାରେ ଲୋକକଙ୍କ ଏକଜୁଟ ଓ ଜନ ସମାଗମ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଅନୁମତି ଦେବେ। ଏହି ସବୁ ପଡ଼ିଆରେ ସାମାଜିକ ଦୂରତ୍ୱ ନିୟମ ଅନୁପାଳନ ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ସାମାଜିକ ଦୂରତାର ଚିହ୍ନର ବ୍ୟବସ୍ଥା କରିବେ। କୋଭିଡ୍ ଗାଇଡଲାଇନ୍ ପାଳନର ତଦାରଖ ଦାୟିତ୍ୱରେ ଜିଲ୍ଲା ନୋଡାଲ ସ୍ୱାସ୍ଥ୍ୟ ଅଧିକାରୀ ରହିବେ। ତେବେ ସଭାରେ କେତେ ଲୋକ ଏକଜୁଟ ହେବେ ତାହା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଦ୍ୱାରା ପ୍ରଦତ୍ତ ନିର୍ଦ୍ଦେଶନାମା ଅନୁସାରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୁଲିସ୍ ଏସପି ପଦକ୍ଷେପ ନେବେ। ସେକ୍ଟର ସ୍ୱାସ୍ଥ୍ୟ ନିୟୋଜକଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ କାର୍ଯ୍ୟରେ ନିୟୋଜିତ କରିବେ। ରାଜନୀତିକ ଦଳ ଓ ପ୍ରାର୍ଥୀ ଉଭୟ କୋଭିଡ୍ ସମ୍ବନ୍ଧୀୟ ଉପକରଣ ଯଥା- ମାସ୍କ, ସାନିଟାଇଜର, ଥର୍ମାଲ ସ୍କ୍ରିନିଂ ଆଦି ଆବଶ୍ୟକତା ପୂରଣ ପ୍ରତି ଯତ୍ନବାନ ହେବେ।

ଏସବୁ ନିର୍ଦ୍ଦେଶନାମାକୁ ଯିଏ ଅବମାନନା କରିବ ସେମାନଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହିତ ଆଇପିସିର ଧାରା ୧୮୮ ଓ ରିଲିଫ କମିଶନରଙ୍କ ଦ୍ୱାରା ଜାରି ଜୁଲାଇ ୨୯ତାରିଖ ନିର୍ଦ୍ଦେଶନାମା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନ ପାଇଁ ଅକ୍ଟୋବର ୯ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ନଭେମ୍ବର ୩ତାରିଖରେ ଭୋଟ୍ ଓ ୧୦ତାରିଖ ଭୋଟ୍ ଗଣନା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story