ସୁରତରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ, ଚାଲିଗଲା ଜୀବନ

ବାରିପଦା(ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ସୁରତରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ  ଆଜି ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବିନା ସୁରକ୍ଷା ସରଞ୍ଜାମରେ ଶବ ସତ୍କାର ନିମନ୍ତେ  ଗ୍ରାମବାସୀ  ରାଜି ହେଉ ନାହାନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ନହଣ୍ଡାଶୋଳ ପଞ୍ଚାୟତ ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତ ୧୭ ତାରିଖରେ ସୁରତରୁ ଫେରିଥିଲେ। ଏହାପରେ ସରକାରୀ କ୍ୱାରେଣ୍ଟାଇନ୍‌ […]

home-quarantine-b

home-quarantine-b

Niharika Rout
  • Published: Thursday, 28 May 2020
  • Updated: 28 May 2020, 11:37 AM IST

ବାରିପଦା(ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ସୁରତରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ  ଆଜି ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବିନା ସୁରକ୍ଷା ସରଞ୍ଜାମରେ ଶବ ସତ୍କାର ନିମନ୍ତେ  ଗ୍ରାମବାସୀ  ରାଜି ହେଉ ନାହାନ୍ତି।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ନହଣ୍ଡାଶୋଳ ପଞ୍ଚାୟତ ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତ ୧୭ ତାରିଖରେ ସୁରତରୁ ଫେରିଥିଲେ। ଏହାପରେ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୭ ଦିନ ରହିଥିଲେ। ଗତ ୨୪ ତାରିଖରୁ ଘରକୁ ଆସି ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ।

ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉ ନ ଥିବା ବେଳେ ଆଜି ସକାଳେ ସେ ଅଣନିଶ୍ୱାସୀ ଅନୁଭବ କରିଥିଲେ। ଫଳରେ ଘର ବାହାରକୁ ପଳାଇ ଆସିଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।  ମୃତକଙ୍କ ପରିବାରରେ ୨ ଜଣ ମହିଳା ଥିବା ବେଳେ ତାଙ୍କ ପୁଅ ଏବେ ସୁରତରେ ଥିବା ଜଣାଯାଇଛି।

ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବେତନଟୀ ଥାନାକୁ ଲିଖିତ ଭାବେ ଜଣାଇଛନ୍ତି । ବାରିପଦାରୁ ଏକ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକଙ୍କ ସ୍ୱାବ ସଂଗ୍ରହ କରାଯିବ। ଏହାପରେ ପ୍ରୋଟକଲ ଅନୁଯାୟୀ, ସେମାନେ ତାଙ୍କ ଶବ ସତ୍କାର କରିବେ ବୋଲି ବେତନଟୀ ଥାନା ଅଧିକାରୀ ଅଶୋକ କୁମାର ନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story