ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ । ଜଙ୍ଗଲ ନିଆଁ ରୋକିବାକୁ ସମ୍ବଲପୁର ଡିଏଫ୍ଓ ନେଇଛନ୍ତି ଏଭଳି କଡା ପଦକ୍ଷେପ । ଜଙ୍ଗଲରେ ନିଆଁ ଲଗାଇଲେ ତୁରନ୍ତ ଗିରଫ କରାଯିବ ବୋଲି ଚେତାବନୀ ଦେଇଛନ୍ତି DFO । ନିଆଁ ଲଗାଉଥିବା ଲୋକଙ୍କ ବାବଦରେ ସୂଚନା ଦେଲେ  ୫ ହଜାର ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି  । ସେପଟେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ୭୫ ଜଣ ସ୍ୱତନ୍ତ୍ର ବନ କର୍ମଚାରୀ ନିୟୋଜିତ […]

fire

fire

Niharika Rout
  • Published: Monday, 08 March 2021
  • Updated: 08 March 2021, 11:09 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ । ଜଙ୍ଗଲ ନିଆଁ ରୋକିବାକୁ ସମ୍ବଲପୁର ଡିଏଫ୍ଓ ନେଇଛନ୍ତି ଏଭଳି କଡା ପଦକ୍ଷେପ । ଜଙ୍ଗଲରେ ନିଆଁ ଲଗାଇଲେ ତୁରନ୍ତ ଗିରଫ କରାଯିବ ବୋଲି ଚେତାବନୀ ଦେଇଛନ୍ତି DFO ।

ନିଆଁ ଲଗାଉଥିବା ଲୋକଙ୍କ ବାବଦରେ ସୂଚନା ଦେଲେ  ୫ ହଜାର ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି  । ସେପଟେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ୭୫ ଜଣ ସ୍ୱତନ୍ତ୍ର ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି  । ଲୋକଙ୍କ ମଧ୍ୟରେ ସଚେତନତା ନେଇ ଗାଁ ଗାଁରେ ପ୍ରଚାର ଗାଡ଼ି ମଧ୍ୟ ବୁଲାଯାଉଥିବା ଡିଏଫଓ ସଞ୍ଜୀତ କୁମାର ସୂଚନା ଦେଇଛନ୍ତି  ।

ସୂଚନାଯୋଗ୍ୟ,  ମୟୂରଭଞ୍ଜ ଶିମିଳିପାଳ ଓ କୁଳଡିହା ସଂରକ୍ଷିତ ଅଭୟାରଣ୍ୟରେ ଲିଗିଥିବା ନିଆଁ ଲିଭିବା ନାଁ ଧରୁନି।  ଉତ୍ତର ଶିମିଳିପାଳର ୧୮ଟି ସ୍ଥାନରେ ଲାଗିଛି ନିଆଁ । ଗୋଟିଏ ସ୍ଥାନରେ ନିଆଁ ଲିଭାଇଲା ବେଳକୁ ତାହା ଅନ୍ୟତ୍ର ବ୍ୟାପି ଯାଉଛି।  ନିଆଁ ଲିଭାଇବା କାର୍ଯ୍ୟରେ ୬ଟି ଅଗ୍ନିଶମ ବିଭାଗ ନିୟୋଜିତ ଥିବା ବେଳେ ୧୧ ଶହରୁ ଅଧିକ ବନ ସୁରକ୍ଷା କର୍ମୀ ଏବଂ କର୍ମଚାରୀ ନିୟୋଜିତ ଅଛନ୍ତି।

ସେହିପରି କୁଳଡିହା ସଂରକ୍ଷିତ ଅଭୟାରଣ୍ୟରେ ଗତକାଲି ବିଳମ୍ବିତ ରାତିରେ ଅଭୟାରଣ୍ୟର ବାଲିଚୁଆ ପଟୁ ପୁଣି ଲାଗିଛି ନିଆଁ।  ଜଙ୍ଗଲରେ ନିଆଁ  ଲାଗିଥିବାରୁ ଆଖପାଖ ଗାଁ ଲୋକେ ଭୟଭୀତ ଅଛନ୍ତି । ଗାଁକୁ ନିଆଁ ନ ବ୍ୟାପିବା ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos